ଭିଜିଲାନ୍ସ କବଳରେ ବାଲିଗୁଡା ପୂର୍ତ୍ତ ବିଭାଗର ବଡବାବୁ : ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ତ୍ତ ବିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବ ଗିରଫ

163

ଲାଂଚ ନେଉଥିବା ବେଳେ ଧରାପଡିଲେ ପୂର୍ତ ବିଭାଗର ବଡବାବୁ । ୫ ହଜାର ଟଙ୍କା ଲାଂଚ ନେଉ ଥିବା ବେଳେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ଦଳ ବାଲିଗୁଡା ପୂର୍ତ୍ତ ବିିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବଙ୍କୁ ଗିରଫ କରିଛି । ବାଲିଗୁଡାର ଠିକାଦାର ପ୍ରଦୀପ ନାୟକଙ୍କ ଠାରୁ କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିଲେ ବିନୀତଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କର କାର୍ଯ୍ୟାଳୟ ସହ ସରକାରୀ ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।

 

ସୂଚନା ଅନୁସାରେ ୨୦୧୭-୧୮ ବର୍ଷରେ ଠିକାଦାର ଦେଢକୋଟି ଟଙ୍କାର ଏକ କ୍ୱାଟର ନିର୍ମାଣ କରିଥିଲେ । କିନ୍ତୁ ବିନୀତ ଏହାର କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ଦେବାକୁ ଲାଞ୍ଚ ମାଗିଥିଲେ । ଏଥିପାଇଁ ସେ ଲାଂଚ ମାଗିଲେ ବକେୟା ବିଲ୍ ପ୍ରଦାନ କରିବେ ବୋଲି ସେ କହିଥିଲେ । ଏହି ସୂଚନା ପ୍ରଦୀପ ଭିଜିଲାନ୍ସକୁ ପ୍ରଦାନ କରିଛନ୍ତି ।