ପୁଣି ଏଲଏ ସି ବିବାଦ: ଭାରତ ଅଧିକୃତ ଡେମଚୋକରେ ଚୀନର ଟେଂଟ, ଆଦେଶ ପରେ ବି ଓହରିବାକୁ ନାରାଜ୍

97

କନକ ବ୍ୟୁରୋ : ଭାରତ ସୀମା ମଧ୍ୟରେ ଥିବା ଡେମଚୋକରେ ପୁଣି ଅନୁପ୍ରବେଶ କରିଛି ଚୀନ୍ । ଭାରତୀୟ ସେନାର ସୂଚନା ମୁତାବକ, ପୂର୍ବ ଲଦ୍ଦାଖର ଡେମଚୋକ୍ ଚାରଡୋଙ୍ଗ୍ ପାଖରେ ଚୀନ ସେନା ଟେଂଟ ଲଗାଇଛି । ଟେଂଟରେ ରହୁଥିବା ଲୋକେ ଚୀନର ନାଗରିକ ବୋଲି ଜାଣିବା ପରେ ସେ ସ୍ଥାନ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ସେମାନେ ଓହରିନଥିବା ସେନାଧିକାରୀଙ୍କ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ଏହା ପୂର୍ବରୁ ୧୯୯୦ଦଶକରେ ଚୀନ ଅନେକ ଥର ଡେମଚୋକକୁ ଅନୁପ୍ରବେଶ କରିଥିଲା ।

ଏନେଇ ଦୁଇ ଦେଶ ମଧ୍ୟରେ ‘ଜଏଂଟ ୱାର୍କିଙ୍ଗ ଗ୍ରୁପ’ବୈଠକରେ ୧୦ଟି ସ୍ଥାନରେ ସୀମା ନିର୍ଦ୍ଧାରଣ କରାଯାଇଥିଲେ ହେଁ ଚୀନ ଏହି ନିୟମକୁ ବାରମ୍ବାର ଭାଙ୍ଗୁଛି । ଏନେି ଭାରତ ଅଭିଯୋଗ କରିବା ପରେ ବରିଷ୍ଠ କର୍ମଣ୍ଡର ସ୍ତରୀୟ ଏକ ବୈଠକ ସୋମାବାର କରିବାକୁ ଚୀନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲେ ବି ବିଜୟ ଦିବସ ଥିବାରୁ ବୈଠକକୁ ସ୍ଥଗିତ ରଖିଛି ଭାରତ । ଅନ୍ୟପଟେ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ବିବାଦୀୟ ପଏଂଟ ଗୁଡିକୁ ମୁକ୍ତ କରାଯିବା ପରେ ହିଁ ଭାରତ ଏ ସମ୍ପର୍କରେ ଅଲୋଚନା କରିବା ବୋଲି ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।