କୃଷକଙ୍କ ଆଉ ଏକ ଦାବି ମାନିଲେ ସରକାର, ଖୁବଶୀଘ୍ର ଚାଷୀମାନଙ୍କ ଉପରେ ହୋଇଥିବା ମକଦ୍ଦମା ହେବ ପ୍ରତ୍ୟାହାର !

167

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ମୌସୁମୀ ଅଧିବେଶନରେ ପାରିତ କରିଥିବା ୩ ଟି କୃଷି ଆଇନକୁ ଶୀତକାଳୀନ ଅଧିବେଶନରେ ପ୍ରତ୍ୟାହାର କରିନେଇଛନ୍ତି । ଏହାପରେ ସରକାର କୃଷକ ଆନ୍ଦୋଳନକୁ ବନ୍ଦ କରିବାକୁ କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି    । ଏହି କ୍ରମରେ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକଙ୍କୁ କହିଛନ୍ତି କି ଆନ୍ଦୋଳନ ବେଳେ କୃଷକଙ୍କ ନାମରେ ଦାୟର ହୋଇଥିବା ସମସ୍ତ ମାମଲା ଖୁବଶୀଘ୍ର ପ୍ରତ୍ୟାହାର କରାଯିବ ।

କିଷାନ ୟୁନିୟନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାର କୃଷକଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଛନ୍ତି । ଯେଉଁଥିରେ ମାମଲା ପ୍ରତ୍ୟାହାର ନେଇ ସରକାର ରାଜିଥିବା କଥା କୁହାଯାଇଛି । କହିରଖୁ କି, ସଂଯୁକ୍ତ କିଷାନ ମୋର୍ଚ୍ଚା ମଙ୍ଗଳବାର ଦିନ କହିଥିଲେ କି ଆନ୍ଦୋଳନ ସମାପ୍ତ କରିବାକୁ ସରକାରଙ୍କ ତରଫରୁ ସେମାନଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ କିଛି ବିନ୍ଦୁ ଉପରେ ସ୍ପଷ୍ଟିକରଣ ମଗାଯାଇଛି । ଏଥିରେ ଆନ୍ଦୋଳନ କ୍ରମରେ କୃଷକଙ୍କ ଉପରେ ଲଦା ଯାଇଥିବା ମିଛ ମାମଲା ପ୍ରତ୍ୟାହାର ପ୍ରସଙ୍ଗ ବି ରହିଛି   ।
ଅନ୍ୟପଟେ ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରମୁଖ ୪୦ ଟି କୃଷକ ସଂଗଠନର ଶୀର୍ଷ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନର ଭବିଷ୍ୟତ ନେଇ ଆଜି ସିଂଘୁ ସୀମାରେ ଏକ ବୈଠକର ଆୟୋଜନ କରିଛି । ଏହି ବୈଠକ ପରେ ନିଷ୍ପତ୍ତି ହେବ କି ଆଗକୁ ଆନ୍ଦୋଳନ ଜାରି ରହିବ ନା ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସମାପ୍ତ କରାଯିବ ।