କନକ ବ୍ୟୁରୋ :  ଭୀମା କାରେଗାଓଁ ହିଂସା ମାମଲାରେ ସାମାଜକ କର୍ମୀ ସୁଧା ଭରଦ୍ୱାଜକୁ ୫୦ ହଜାର ଟଙ୍କାର ବେଲ ବଣ୍ଡ ନେଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବ ୩ ବର୍ଷ ହେବ ସେ ଜେଲରେ ଥିଲେ । କୋର୍ଟ ଜାମିନ ପ୍ରଦାନ କରିବା ବେଳେ କିଛି ସର୍ତ୍ତ ରଖିଛନ୍ତି । କୋର୍ଟଙ୍କ ସର୍ତ୍ତ ମୁତାବକ ଏବେ ସୁଧା ମୁମ୍ବାଇରେ ରହିବେ । ପ୍ରତି ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ । ମାମଲା ସହିତ ଜଡିକ କୌଣସି କଥା ସେ ଗଣମାଧ୍ୟମରେ କହିପାରିବେ ନାହିଁ । ଯଦି ତାଙ୍କ ପାଖରେ ପାସପୋର୍ଟ ରହିଥିବ ତେବେ ତାହାକୁ କୋର୍ଟରେ ଦାଖଲ କରିବାକୁ ପଡିବ ।

Advertisment

କହିରଖୁ କି ସୁଧା ଭରଦ୍ୱାଜଙ୍କୁ ଗତକାଲି ସୁପ୍ରିମ କୋର୍ଟରୁ ଆଶ୍ୱସ୍ଥି ମଳିଥିଲା । ସୁପ୍ରିମ କୋର୍ଟ ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ଜେଲରୁ ମୁକୁଳିବାର ରାସ୍ତା ପରିସ୍କାର ହୋଇଥିଲା । ସୁଧାଙ୍କ ଜାମିନ ବିରୋଧରେ ଏନଆଇଏ ଏକ ଯାଚିକା ସୁପ୍ରିମ କୋର୍ଟରେ ଦାଖଲ କରିଥିଲା । ଏହି ଯାଚିକାକୁ କୋର୍ଟ ଖାରଜ କରିଦେଇଥିଲେ ଏହାସହ ବମ୍ବେ ହାଇକୋର୍ଟ ଦେଇଥିବା ଜାମିନ ଉପରେ ସୁପ୍ରିମ କୋର୍ଟ ମୋହର ଲଗାଇଥିଲେ । ସୁପ୍ରିମ କୋର୍ଟ କହିଥିଲେ କି ଏହି ଜାମିନ ଉପରେ ଏନଆଇଏ ଦଖଲ କରିବାର କୌଣସି କାରଣ ନାହିଁ ।

କହିରଖୁ କି ଭୀମାକାରେଗାଓଁ ହିଂସା ମାମଲାରେ ସୁଧା ଭରଦ୍ୱାଜଙ୍କୁ ୟୁଏପିଏ ବା ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା ।