ଅଧାରୁ ପାଠ ଛାଡୁଛନ୍ତି ପିଲା : ୨୦୧୯-୨୦ର ତଥ୍ୟ ଅନୁଯାୟୀ ରାଜ୍ୟରେ ୮୧୬୮ପିଲା ଅଧାରୁ ଛାଡିଛନ୍ତି ପାଠ

ସେପଟେ ୭୧ପ୍ରତିଶତ ପିଲାଙ୍କ ପାଖରେ ନାହିିଁ ସ୍ମାର୍ଟ ଫୋନ; ଖୋର୍ଦ୍ଧାରେ ସର୍ବାଧିକ ପିଲା ବ୍ୟବହାର କରୁଛନ୍ତି ମୋବାଇଲ, ବିଧାନସଭାରେ ମନ୍ତ୍ରୀ ଦେଲେ ତଥ୍ୟ

137

କନକ ବ୍ୟୁରୋ : ସ୍କୁଲ ଡ୍ରପଆଉଟର ତାଲିକା ଦେଲେ ସରକାର । ଅଧାରୁ ପାଠ ଛାଡୁଛନ୍ତି ପିଲା ଏନେଇ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତର ରଖି ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୨୦୧୯-୨୦ର ତଥ୍ୟ ଅନୁଯାୟୀ ରାଜ୍ୟରେ ୮ହଜାର ୧୬୮ପିଲା ଅଧାରୁ ପାଠ ଛାଡିଛନ୍ତି । ନୂଆପଡାରୁ ସର୍ବାଧିକ ୮୯୬, ଗଂଜାମରୁ ୫୮୩, ସୁନ୍ଦରଗଡରୁ ୫୨୬, ଖୋର୍ଦ୍ଧାରୁ ୬୦୩, କେନ୍ଦୁଝରରୁ ୬୮୧ ଓ କଳାହାଣ୍ଡିରୁ ୫୨୮ପିଲା ଅଧାରୁ ପାଠ ପଢା ଛାଡିଛନ୍ତି । ନୂଆପଡାରୁ ସର୍ବାଧିକ ୮୯୬ଜଣ ପିଲା ପାଠପଢା ଛାଡିଥିବା ବେଳେ ବୌଦ୍ଧରୁ ସର୍ବନିମ୍ନ ୨୧ଜଣ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି ।

ସେପଟେ ରାଜ୍ୟରେ ୭୧ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନାହିଁ । ବିଧାନସଭାରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । କେବଳ ୨୮ ଦଶମିକ ୮୭ ପ୍ରତିଶତ ପିଲାଙ୍କ ପାଖରେ ସାର୍ଟ ଫୋନ ଅଛି । ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ଉପଲବ୍ଧତାକୁ ନେଇ ୨୦୨୦ ସେପେଟମ୍ବରରେ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି । ଖୋର୍ଧାରେ ସର୍ବାଧିକ ୪୫. ୮୦ ପ୍ରତିଶତ ପିଲାଙ୍କ ପାଖରେ ଫୋନ ଅଛି । କନ୍ଧମାଳରେ ସର୍ବନିମ୍ନ ୧୩.୩୮ ପ୍ରତିଶତ ପିଲାଙ୍କ ପାଖରେ ଫୋନ ଅଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରଶ୍ନର ଉତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଉତର ରଖିଛନ୍ତି ।