ଆଖି ବୁଜିଲେ ପୁଣି ଜଣେ ଦୁଷ୍କର୍ମ ପୀଡିତା ! ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ନାବାଳିକା

39

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜରାଜନୀତି ପଡୁଛି ଉଠୁଛି । ଆଉ ଏପରି ସମୟରେ ପୁଣି ଜଣେ ଦୁଷ୍କର୍ମର ଶିକାର ନାବାଳିକା ଆତ୍ମହତ୍ୟା କରିଛନ୍ତି । ନ୍ୟାୟ ନମିଳିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ମୃତଦେହ ରଖି ବାଣପୁର ଥାନା ଘେରାଉ କରିବା ସହ ରାସ୍ତା ରୋକ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଘଟଣାସ୍ଥଳରେ ତୀବ୍ର ଉତେଜନା ଲାଗିରହିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ଅଭିଯୁକ୍ତ ନିମାଇଁ ପଲାଇ ।

ତେବେ ଗତ ଡିସେମ୍ବର ୩୧ତାରିଖ ରାତି ପ୍ରାୟ ୧୧ଟା ବେଳେ ନାବାଳିକା ଜଣକ ଦାଣ୍ଡକୁ ଶୌଚପାଇଁ ବାହାରିଥଲେ । ଆଉ ଏହି ସମୟରେ ଛପି ରହିଥିବା ଅଭିଯୁକ୍ତ ନିମାଇଁ ନାବାଳକଙ୍କୁ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡିତାଙ୍କ ବାପା ଥାନାରେ ମାମଲା ରୁଜୁ କରିଥିଲେ । ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୁକ୍ତ ଜଣକ ଖୋଲାଖୋଲି ବୁଲୁଥିବା ବେଳେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ପୀଡିତାର ବାପା ବାରମ୍ବାର ଥାନାକୁ ଦୌଡି ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିରେ ହତାଶ ହୋଇ ନାବାଳିକା ଜଣକ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।