ଚାଲିଛି ଖଣ୍ଡଗିରି ଯାତ୍ରା ମହାସମର ! ମନଛୁଆଁ କାହାଣୀ ସାଙ୍ଗକୁ ଯାତ୍ରା ତାରକାଙ୍କ ଅଭିନୟରେ ମଜ୍ଜୁଛନ୍ତି ଦର୍ଶକ

109

କନକ ବ୍ୟୁରୋ : ଚାଲିଛି ଖଣ୍ଡଗିରି ଯାତ୍ରାର ମହାସମର । ଇଷ୍ଟର୍ଣ୍ଣ ରେଡ,ରଗଂମହଲ ,ବିଶ୍ୱ ଦରବାର,ଦି ଗେଟ ଇଷ୍ଟର୍ଣ ଅପେରା ,ବାଘା ଜତିନ ଲୋକନାଟ୍ୟ ସହିତ କୋର୍ଣାକ ଗଣନାଟ୍ୟର ଚାଲିଛି ସିଧା ଟକ୍କର । ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍ । ଆଉ ମଚଂ ତଳେ ବସି କି ଉପଭୋଗ କରୁଛନ୍ତି ଦର୍ଶକ । ବାଘାଜତିନ ଲୋକନାଟ୍ୟର କାହାଣୀ, କାନ୍ଦୁଛି ଆଖି ଲୁଚେଇ ନାଟକ ଦୁଇଦିନ ଧରି ଲଗାତର ଚାଲିଥିବା ବେଳେ ପାରିବାରିକ କାହାଣୀ ଉପରେ ପୁରା ଆଧାରିତ ରହିଛି ଏହି ବହି । ଯାତ୍ରା ଆରମ୍ଭ ହେବା ଆଗରୁ ଜାତୀୟସଂଗୀତକୁ ଗାନ କରାଯିବା ପରେ ଆରମ୍ଭ ହେବା ପରେ ପରେ ଓଲିଉଡର ଗିତରେ ଝୁମିଥିଲା ଯାତ୍ରା ପେଣ୍ଡାଲ । ପୁଣି ସେପଟେ କୋଣାର୍କର ଗଣନାଟ୍ୟ ମଂଚରେ ଗଣପତି ଙ୍କ ଗୀତରେ ଜବରଦସ୍ତ ଷ୍ଟଂଟ ସହିତ ଦୁଦାର୍ନ୍ତ ଖଳନାୟକ ଦଇତାରୀ ପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।

ଖଣ୍ଡଗିରି କୁମ୍ଭମେଳାକୁ ୫ ଦିନ ପୂରିଯାଇଥିବା ବେଳେ ଯାତ୍ରାଦଳ ୪ର୍ଥ ରାତିରେ ସେଇ ଗୋଟିଏ ନାଟକକୁ ନେଇ ମଞ୍ଚକୁ ଓହ୍ଲାଇଛନ୍ତି । କାହାଣୀ ମନ ଛୁଉଁଥିବା ବେଳେ ଯାତ୍ରା ତାରକାଙ୍କ ଅଭିନୟରେ ମଜ୍ଜୁଛନ୍ତି ଦର୍ଶକ । ତେବେ ହାଇ ମେଲୋଡିୟସ୍ ମେଲୋଡି ଏବଂ ଷ୍ଟେଜ୍ ବ୍ଲାଷ୍ଟିଂ ରେକର୍ଡ ଡ୍ୟାନ୍ସରେ ରାତି ଅଧରେ ମତୁଆଲା ହେଉଛନ୍ତି ଦର୍ଶକ । ଏଥର ପ୍ରତି ପେଣ୍ଡାଲରେ ମନ ଜିଣୁଛି ‘ସୁକୁଟି ସାହୁ ଏଞ୍ଜେଲ୍ ପ୍ରିୟା ’। ପ୍ରତି ପେଣ୍ଡାଲରେ ଏହି ଗୀତରେ ନୃତ୍ୟ ଏକ ନିଆରା ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଜବରଦସ୍ତ ସଂଗୀତର ତାଳେତାଳେ ନୃତ୍ୟ ମନ ମୋହୁଛି ।

ଟାଇଗର୍ ଜିନ୍ଦା ହୈ ଚଳଚ୍ଚିତ୍ରର ‘ସ୍ୱାଗ୍ ସେ କରେଁଗେ ସବ୍କୋ ସ୍ୱାଗତ..ଗୀତ ହେଉକି ‘ମାହିରେ ଗୀତ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି । ଏଥିସହିତ ସମ୍ବଲପୁରୀ ରିମିକ୍ସ ସଂଗୀତର ମେଲୋଡି ମନ ହରୁଛି । ଏହା ବ୍ୟତୀତ ଏଥର ଦୁଇଟି ନାଟକରେ ଆଦିବାସୀ ଝଲକ ଦେଖିବାକୁ ମିଳିଛି । ଅପେରା ଗ୍ରେଟ୍ ଇଷ୍ଟର୍ଣ୍ଣର ନାଟକ ‘କଳାପାଣିର କଳାବତୀ’ରେ ଇଣ୍ଡୋନେସିଆର ଆଦିବାସୀଙ୍କ କଥାର ଝଲକ ଦେଖିବାକୁ ମିଳିଥିବା ବେଳେ ‘ଗୁପ୍ତ ସମ୍ପର୍କ’ରେ ମଧ୍ୟ ଆଦିବାସୀ ଭାଷା ଓ ସଂସ୍କୃତିର ଝଲକ ଦିଶିଛି । ବରିଷ୍ଠ କଳାକାରଙ୍କ ସଂଳାପରେ ଦର୍ଶକ ମଜୁଥିବା ବେଳେ ଯୁବପିଢ଼ିର ବହୁ ନୂଆନୂଆ କଳାକାର ନିଜର ଦବଦବା ଦେଖାଇ ଦର୍ଶକଙ୍କଠୁ ବାଃବାଃ ସାଉଁଟିଛନ୍ତି । ସଂପ୍ରତି ମହତାବ ପେଣ୍ଡାଲ୍, ଘାଟିକିଆ ପଡ଼ିଆ, ଜାଗମରା ମେଳଣ ପଡ଼ିଆ, ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆ, ଖଣ୍ଡଗିରି କେସିଏ ପଡ଼ିଆରେ (୨ଟି) ନାଟକ ପ୍ରଦର୍ଶିତ ହେଉଛି । ୩୧ ତାରିଖରେ ଆଉ ୭ଟି ଦଳ ସହ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ପେଣ୍ଡାଲରେ ଯାତ୍ରା ବଜାର ସରଗରମ ହେବ ।