ପଞ୍ଜାବ ପାଇଁ ଆମ୍ ଆଦମି ପାର୍ଟିର ବଡ ପ୍ରତିଶୃତି । କେଜ୍ରିୱାଲ କହିଲେ ସରକାରକୁ ଆସିଲେ ଦିଲ୍ଲୀ ଭଳି ପଞ୍ଜାବରେ ଦେବେ ମାଗଣା ବିଜୁଳି, ୩ଶହ ୟୁନିଟ୍ ପର୍ଯ୍ୟନ୍ତ ଦେବାକୁ ପଡିବନି କୌଣସି ଦେୟ ।

218

କନକ ବ୍ୟୁରୋ : ଆପ୍ ଦିଲ୍ଲୀରେ ଦବଦବା ହାସଲ କରିବା ପରେ ଏବେ ଅନ୍ୟ ରାଜ୍ୟରେ ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସ କରୁଛି । ଆଉ ଏବେ ଆମ୍ ଆଦମୀ ପାର୍ଟିର ନଜର ପଂଜାବ ଉପରେ । ଆସନ୍ତାବର୍ଷ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ନିର୍ବାଚନକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ଯଦି ପଂଜାବରେ ଆପ୍ ସରକାର ଆସେ, ତାହେଲେ ପଂଜାବର ପ୍ରତି ପରିବାରକୁ ୩ ଶହ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି କେଜ୍ରିୱାଲ ।

ଏହାସହ ଏବେ ପରିବାରମାନଙ୍କର ଯେଉଁ ବିଜୁଳି ବିଲ୍ ବକେୟା ଥିବ, ତାକୁ ମଧ୍ୟ ଛାଡ଼ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । ପଂଜାବରେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସକ୍ରିୟ ହୋଇ ପଡ଼ିଛନ୍ତି । କଂଗ୍ରେସ, ଶିରୋମଣି ଅକାଳୀ ଦଳ ପଂଜାବରେ ମୁଖ୍ୟ ଦଳ ହୋଇଥିବା ବେଳେ ଆପ୍ ଓ ବିଜେପି ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ କରୁଛନ୍ତି ।