ଚିନ୍ତା ବଢାଉଛି କରୋନାର ନୂଆ ଲକ୍ଷଣ । ମଳରେ ରକ୍ତ ପଡ଼ିବା ସହ ପେଟରେ ହେଉଛି ଅସହ୍ୟ ଯନ୍ତ୍ରଣା, ୫ ଜଣ ଆକ୍ରାନ୍ତଙ୍କ ଠାରେ ଦେଖାଦେଇଛି ଏଭଳି ଲକ୍ଷଣ ।

555

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଆଉ ଏକ ନୂଆ ଲକ୍ଷଣ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମଳରେ ରକ୍ତ ପଡ଼ିବା ସହ ପେଟରେ ଯନ୍ତ୍ରଣା ଅନୁଭବର ଖବର ଆସିଛି । ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରୁ ୫ ଜଣ କରୋନା ଆକ୍ରାନ୍ତଙ୍କ ଠାରେ ଏଭଳି ଲକ୍ଷଣ ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ବେଳେ ଆକ୍ରାନ୍ତଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇଥିଲା ।

ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଚଳିବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ୫ ଜଣ ଆକ୍ରାନ୍ତଙ୍କ ଠାରେ ମଳରେ ରକ୍ତ ପଡ଼ିବା ଓ ପେଟରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥିଲା  । ୩୦ରୁ ୭୦ ବର୍ଷ ମଧ୍ୟରେ ଥିଲେ ଏହି ୫ ଜଣ ଆକ୍ରାନ୍ତ । ୨୦ରୁ ୩୦ ଦିନ ଭଳି ଆକ୍ରାନ୍ତଙ୍କ ଠାରେ ଏଭଳି ଲକ୍ଷଣ ଲାଗି ରହିଥିଲା ।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ଦେଶରେ ଆକ୍ରାନ୍ତଙ୍କ ଠାରେ ଏଭଳି ଲକ୍ଷଣ ଦେଖାଦେବାର ଏହା ପ୍ରଥମ ଘଟଣା । ଏହାକୁ ନେଇ ଅଧିକ ଅନୁଧ୍ୟାନ ଓ ବିଶ୍ଳେଷଣ କରାଯାଉଛି । କରୋନା ଲକ୍ଷଣକୁ ଶୀଘ୍ର ଠାବ କରି ଚିକିତ୍ସା କରିବା ଉପରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।