ଶ୍ରାବଣ ସୋମବାରରେ ଅଘଟଣ : ବଲାଙ୍ଗୀର ପାଟଣାଗଡରେ ଟାଟା ମ୍ୟାଜିକ ଧକ୍କାରେ ୩ କାଉଡିଆ ମୃତ

19

ବଲାଙ୍ଗୀର : ଶ୍ରାବଣ ସୋମବାରରେ ଅଘଟଣ । ବଲାଙ୍ଗୀର ପାଟଣାଗଡରେ ଟାଟା ମ୍ୟାଜିକ ଧକ୍କାରେ ୩ କାଉଡିଆ ମୃତ। ଖପ୍ରାଖୋଲ ଚାଉଳବାଞ୍ଝି ନିକଟରେ ଏହି ଦୁର୍ଘଟଣା ଘଟିଛି। ଶୈବପୀଠରେ ଜଳ ଲାଗି କରିବାକୁ ଯାଉଥିବାବେଳେ ରାସ୍ତା କଡକୁ ମାଡି ଯାଇଥିଲା ଟାଟା ମ୍ୟାଜିକ ଗାଡି। ଏଥିରେ ୩ କାଉଡିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଗାଡି ଧକ୍କାରେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇ ପାଟଣାଗଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି।