ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ : ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

103

କନକ ବ୍ୟୁରୋ : ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବର୍ତ ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ । ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ । ଯାହା ବାଳ ଧୂପ ନାମରେ ପରିଚିତ ।

ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି, ଚାଉଳିଆ,ସେଓ,କମଳା,କଦଳୀ, କାକୁଡ଼ି,ପଇଡ଼ ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଙ୍କିର୍ତ୍ତନ ହୋଇଥାଏ । ଅବକାଶ ନୀତି ବଢ଼ି ସକାଳ ଧୂପ ପରେ ହୋଇଥାଏ । ବିଭିନ୍ନ ମଠ ବାଡ଼ିରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ରାଧାବଲ୍ଲଭ ମଠ ପରିସରରେ ମଧ୍ୟ ଅନୁଷ୍ଠିତ ହେଉଛି ଏହି ବେଶ ।