ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ : ୭ ପୋଲିସ ଓ ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ

109

କନକ ବ୍ୟୁରୋ : ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ । ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା ।

ଏଥିରେ ମେୟର କାନରୋଡ ମେଣ୍ଡୋଜା ଓ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ପୂର୍ବତନ ମେୟର ଜୁଆନ୍ ମେଣ୍ଡେଜାଙ୍କ ମଧ୍ୟ ଜୀବନ ଯାଇଛି । ଗୁଳିମାଡ଼ କିଏ ଓ କାହିଁକି କରିଛି ଜଣାପଡ଼ିନାହିଁ । ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି ।