ସମ୍ବଲପୁରରେ ହସୁଛି କ୍ୟାପ୍ସିକମ୍: ପ୍ରତ୍ୟେକ ଦିନ କ୍ୱିଂଟାଲ କ୍ୱିଂଟାଲ ହେଉଛି ଉତ୍ପାଦନ 

120

କନକ ବ୍ୟୁରୋ: ଦିନେ ଗୋଲାପ ଫୁଲ ଚାଷ କରି ସଫଳ ଚାଷୀ ଭାବେ ପାଲଟି ଯାଇଥିଲେ ରୋଜ ବୟ । ତେବେ ବ୍ୟବସାୟ ଠିକ୍ଠାକ୍ ଚାଲିଥିଲା ହଠାତ କରୋନା ସବୁ ବିଗାଡି ଦେଲା । ରୁଣ ଭାର ଓ ପରିବାର ପ୍ରତିପୋଷଣ ପାଇଁ ପୁଣି ଥରେ ଉଜୁଡି ଯାଇଥିବା ଚାଷକୁ ନୁଆ ଜିବନ ଦେଇଛନ୍ତି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର ସୌଭାଗ୍ୟ ନାଏକ । ଫୁଲ ପରିବର୍ତେ ପନି ପରିବା ଚାଷ କରି ବେଶ ସଫଳତା ଅର୍ଜନ କରିଛନ୍ତି ।

ସିମଲା ଲଙ୍କା.. ତଥା କ୍ୟାପ୍ସିକମ୍ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ନିକ୍ତିମାଲ ଗାଁର ଚାଷୀ ସୋଭାଗ୍ୟ ନାୟକ । ଖାଲି ସିମଲା ଲଙ୍କା ନୁହେଁ ତାଙ୍କ ପଲିହାଉସରେ ତରଭୁଜ, କାକୁଡ଼ି ଚାଷ ମଧ୍ୟ ହୋଇଛି । ଦୁଇ ବର୍ଷ ପୁର୍ବେ ବ୍ୟାଙ୍କରୁ ଲୋନ କରି ପଲ୍ଲୀ ହାଉସ ମାଧ୍ୟମରେ ଗୋଲାପ ଫୁଲ ଚାଷ କରିଥିଲେ । ବ୍ୟବସାୟ ଠିକ ଠାକ ଚାଲିଥିଲା । ତେବେ ହଠାତ କରୋନା ସବୁକିଛି ବିଗାଡି ଦେଲା । ଗାଡି ମଟର ବନ୍ଦ ହୋଇଯିବା ଫଳରେ ଫୁଲ ବ୍ୟବସାୟ ବନ୍ଦ ହୋଇଗଲା । ରୁଣଭାର ଓ ପରିବାର ପ୍ରତିପୋଷଣର ବୋଝ ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା । ଶେଷରେ ଚିନ୍ତା କଲେ ହାରିନଯାଇ ସେଇ ପଲ୍ଲୀ ହାଉସରେ ପନି ପରିବା ଚାଷ କରିବେ । ଦୁଇ ଏକର ପରିମିତ ଯାଗାରେ ଏବେ ଶିମଲା ଲଙ୍କା ଚାଷ କରି ବେଶ ଲାଭବାନ ହୋଇଛନ୍ତି । ପ୍ରତିନଦିନ କ୍ୱିଟାଂଲ କ୍ୱିଟାଂଲ ଶିମଲା ଲଙ୍କା ଉତ୍ପାଦନ କରି ଅଂଚଳରେ ବେଶ ଖ୍ୟାତିଲାଭ କରିଛନ୍ତି ।

ଗଛ ଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର ହୋଇଛି ଫଳ ମଧ୍ୟ ସେଇଭଳି ଫଳିଛି । ଶିମଲା ଲଙ୍କା ସହିତ କାକୁଡି, ତରଭୁଜ ମଧ୍ୟ ଚାଷ ହୋଇଛି  ତାଙ୍କୁ ଖୁବ୍ ଲାଭବନ କରୁଛି । ନିଜେ ପରିଶ୍ରମ କରିବା ସହ ବଗିଚାରେ କାମ କରିବା ପାଇଁ ୧୦ ଜଣ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ବାଡିରୁ ଉତ୍ପାଦିତ ହେଉଥିବା ପନିପରିବା ଗୁଡ଼ିକୁ ବ୍ୟବସାୟୀ ମାନେ ଆସି କିଣିନେଉଥିବା ବେଳେ ଏହାକୁ ବିକ୍ରୟ କରି ବେଶ ଲାଭବାନ ହେଉଛନ୍ତି ସଫଳ ଚାଷୀ ସୋଭାଗ୍ୟ ।

କଥାରେ ଅଛି କଠନ ପରିଶ୍ରମ ହିଁ ସଫଳତା ଆଣି ଦେଇଥାଏ  । ଆଉ ଏହି କଥା ବାସ୍ତବରେ ପରିଣତ କରିଛନ୍ତି ସମ୍ବଲପୁର ଅଂଚଳର ସଫଳ ଚାଷୀ ସୋଭାଗ୍ୟ ନାଏକ । ସିମଲା ଲଙ୍କା ଚାଷ କରି ମାସିକ ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।