ଓମିକ୍ରନ୍ ଯୋଗୁଁ ମାନସିକ ଚାପରେ ଡାକ୍ତର । ପତ୍ନି ସହ ୨ ପିଲାଙ୍କୁ କଲେ ହତ୍ୟା । ଡାଏରୀରୁ ମିଳିଲା ଛାତିଥରା ତଥ୍ୟ..

2,387

କନକ ବ୍ୟୁରୋ: କରୋନାର ପ୍ରଥମ ଦ୍ୱିତୀୟ ଲହର ପରେ ଏହାର ତୃତୀୟ ଭ୍ୟାରିଆଣ୍ଟ ଓମିକ୍ରନ୍ । ଏହାକୁ ନେଇ ମାନସିକ ଚାପରେ ଥିଲେ ଡାକ୍ତର । ଆଉ ମାନସିକ ଭାରସାମ୍ୟ ହରାଇ ପତ୍ନୀ ସହ ଦୁଇ ପୁଅ ଝିଅଙ୍କୁ ହତ୍ୟା କରିଦେଲେ । ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶ କାନପୁରରେ ହଇଚଇ ସୃଷ୍ଟିି ହୋଇଛି ।

ମହାମାରୀ କରୋନା ତ ଅନେକ ଧନଜୀବନ ଛାରଖାର କରିଦେଲା । କେତେ କାହାକୁ ସର୍ବସ୍ୱାନ୍ତ କରିଦେଲା । ଏବେ ପୁଣି ଏହାର ତୃତୀୟ ଭ୍ୟାରିଆଣ୍ଟ ଓମିକ୍ରନ୍, ଯେମିତି ସାରା ବିଶ୍ୱକୁ ଅଣନିଶ୍ୱାସୀ କରିପକାଉଛି । କରୋନାରେ ଚିକିତ୍ସା କରିବା ସମୟରେ ପ୍ରତିଦିନ ପ୍ରାଣ ହରାଉଥିବା ରୋଗୀଙ୍କୁ ଦେଖିବା ପରେ ଏବେ ଓମିକ୍ରନର ଭୟ ଯେମିତି ଡାକ୍ତରଙ୍କୁ ବି ବିଚଳିତ କରିପକାଇଛି । ଫଳରେ ସେ ଅତିଷ୍ଠ ହୋଇ ମାନସିକ ଭାରସାମ୍ୟ ହରାଇ ନିଜ ୪୮ ବର୍ଷିୟା ପତ୍ନି, ୧୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅକୁ ହତ୍ୟା କରିଛନ୍ତି ଜନୈକ ଡାକ୍ତର ସୁଶୀଲ କୁମାର । ଏହଭଳି ଛିତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରରେ ।

କାନପୁର ଇନ୍ଦିରାନଗର ଡିଭିନିଟି ଆପାର୍ଟମେଣ୍ଟରେ ନିଜ ପରିବାର ସହ ରହୁଥିଲେ ଡାକ୍ତର ସୁଶୀଲ କୁମାର । ହେଲେ କରୋନା ସମୟରୁ ସେ ମାନସିକ ଚାପରେ ରହିଆସୁଥିଲେ ।ଏବେ ପୁଣି ଚାରିଆଡେ ଓମିକ୍ରନର ଆତଙ୍କ ଖେଳିଯିବା ପରେ ଆହୁରି ବିଚଳିତ ହୋଇପଡିଥିଲେ । ଆଉ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ଅନ୍ୟତ୍ର ରହୁଥିବା ଭାଇକୁ ଫୋନ କରି ଘଟଣା ସମ୍ପର୍କରେ କହିବା ସହ ପୋଲିସକୁ ଖବର ଦେବାକୁ କହିଥିଲେ । ଏହାପରେ କୁଆଡେ ଚାଲିଯାଇଛନ୍ତି ଡାକ୍ତର ସୁଶୀଲ । ପୋଲିସ ଆସି ପହଞ୍ଚି ଆପାର୍ଟମେଣ୍ଟ ଘରେ ୩ଜଣଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ପାଖରୁ ଏକ ମାରଣାସ୍ତ୍ର ଜବତ କରିଛି । ଏହାସହ ଡାକ୍ତର ସୁଶୀଲ କୁମାରଙ୍କ ଲେଖାଯାଇଥିବା ଡାଏରୀ ବି ଜବତ ହୋଇଛି ।

ଡାଏରୀରେ କ’ଣ ଲେଖିଥିଲେ ଡାକ୍ତର?
ଡାକ୍ତର ନିଜ ଡାଏରୀରେ ଲେଖିଛନ୍ତି ଯେ, ସେ ଏକ ଅଜଣା ମାନସିକ ରୋଗରେ ଆକ୍ରାନ୍ତ, ଯାହାର ିଚକିସା କାହାରି ପାଖରେ ନାହିଁ । ଏପରି ସ୍ଥିତିରେ ସେ ନିଜ ପରିବାରକୁ କଷ୍ଟରେ ଦେଖିବାକୁ ଚାହୁଁନାହାଁନ୍ତି । ସେ ସମସ୍ତଙ୍କୁ କଷ୍ଟରୁ ମୁକ୍ତି ଦେଇ ମୁକ୍ତିର ମାର୍ଗରେ ନେଇଯିବାକୁ ଚାହାଁନ୍ତି । ସେ ନିଜ ସହ ଘର ଲୋକଙ୍କୁ ଚିନ୍ତାରେ ଦେଖିବାକୁ ଚାହାଁନ୍ତି ନାହିଁ । ଆଗରୁ ବହୁତ ମରଣ ଦେଖିଦେଖି ଏବେ ଆଉ ଶବ ଗଣିବାକୁ ଚାହୁଁନାହାଁନ୍ତିି । ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ…’ ।

ଡାକ୍ତର ସୁଶୀଲ କୁମାର କାନପୁର ରାମା ମେଡିକାଲ କଲେଜର ଫରେନସିକ୍ ବିଭାଗ ଏଚଓଡି ଭାବେ କାର୍ଯ୍ୟରତ । ସେ କାନପୁର ମେଡିକାଲ କଲେଜରୁ ଡାକ୍ତରୀ ପଢିଛନ୍ତି । ଏହି ହତ୍ୟାକାଣ୍ଡକୁ ନେଇ କାନପୁର ପୋଲିସ ସୁଶୀଲଙ୍କୁ ଖୋଜିବାରେ ଲାଗିପଡିଛି ।