କନକ ବ୍ୟୁରୋ : ନୂଆ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ । ମୁମ୍ବାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିପକ୍ଷରେ ୧୦ରୁ ୧୦ଟି ୱିକେଟ ହାସଲ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି ଏଜାଜ । ଆଉ ଏହାସହ ଭାରତୀୟ ସ୍ପିନର ଅନୀଲ କୁମ୍ବେଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଏଜାଜ । ମୁମ୍ବାଇ ଟେଷ୍ଟରେ ଭାରତର ପ୍ରଥମ ପାଳିରେ ଟିମ୍ ଇଣ୍ଡିଆର ସବୁ ଖେଳାଳୀଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଏଜାଜ ।
Only the third bowler to claim all 10 wickets in an innings in the history of Test cricket 🔥
Take a bow, Ajaz Patel! #WTC23 | #INDvNZ | https://t.co/EdvFj8QtKDpic.twitter.com/negtQkbeKd
— ICC (@ICC) December 4, 2021
ଏହି ନିଆରା ରେକର୍ଡ କରିବାରେ ଏଜାଜ ବିଶ୍ୱର ତୃତୀୟ କ୍ରିକେଟର ସାଜିଛନ୍ତି । ଏହାପୂର୍ବର୍ରୁ ୧୯୫୬ ମସିହାରେ ଇଂଲଣ୍ଡର ଜିମ ଲେକର ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଇତିହାସ ରଚିଥିେଲେ । ପରେ ୧୯୯୯ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୦ରୁ ୧୦ ୱିକେଟ ହାତେଇଥିଲେ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ । ମାତ୍ର ୭୪ ରନ୍ ଦେଇ ଏହି ସଫଳତା ହାତେଇଥିଲେ ଅନୀଲ । ଆଉ ଏଭଳି ରେକର୍ଡ କରିବାରେ ପ୍ରଥମ ଭାରତୀୟ ସାଜିଥିଲେ ଅନୀଲ । ଆଉ ଏବେ ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁଜିଲାଣ୍ଡ ଖେଳାଳୀ ଏହି ତାଲିକାରେ ନିଜ ନାଁ ଯୋଡିଛନ୍ତି ।