ଡିସକସ୍ ଥ୍ରୋରେ ଜିତିଲେ କମଲପ୍ରୀତ : ଫାଇନାଲ୍ ପାଇଁ କଲେ କ୍ୱାଲିଫାଏ ; ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଫିଙ୍ଗିଲେ କମଲପ୍ରୀତ

219

କନକ ବ୍ୟୁରୋ : ଡିସକସ୍ ଥ୍ରୋରେ ଜିତିଲେ କମଲପ୍ରୀତ କୌର । ଜାପାନର ଟୋକିଓରେ ଚାଲିଥିବା ‘ଅଲିମ୍ପିକ୍ସ୍‌ ୨୦୨୦’ର ଅଷ୍ଟମ ଦିବସରେ ଆଜି ମହିଳା ଡିସ୍‌କସ୍‌ ଥ୍ରୋ’ରେ ଭାରତର କମଲପ୍ରୀତ୍‌ କ‌ୌର୍ ଫାଇନାଲ୍‌କୁ ଯିବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଦୁଇ ଥର ଅଲିମ୍ପିକ୍ ଚାମ୍ପିଅନ୍‌ ହୋଇଥିବା ସାଣ୍ଡ୍ରା ପେରକୋଭିକ୍‌ଙ୍କୁ ଅତିକ୍ରମ କରି ସେ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ‘କ୍ବାଲିଫିକେସନ୍‌ ଗ୍ରୁପ୍‌ ବି’ରେ କମଲପ୍ରୀତ୍ ଆପଣା ଉଦ୍ୟମରେ ୬୩.୯୭ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିବା ବେଳେ ପେରକୋଭିକ୍‌ ୬୩.୯୭ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ । ପ୍ରାରମ୍ଭରେ କମଲପ୍ରୀତ୍ ୬୦.୨୯ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ ।  ଅଗଷ୍ଟ ୨ ତାରିଖରେ ସେ ଫାଇନାଲ୍‌ରେ ଅବତ୍ତୀର୍ଣ୍ଣ ହେବେ ।

ସେହିଭଳି ‘ଗ୍ରୁପ୍‌ ଏ’ ମହିଳା ଡିସ୍‌କସ୍‌ ଥ୍ରୋ‌’ରେ ସୀମା ପୁନିଆ ୬ଷ୍ଠ ସ୍ଥାନରେ ରହି ପରାସ୍ତ ହୋଇଛନ୍ତି । ଏହାଛଡ଼ା, ଆଜି ଭାରତୀୟ ତୀରନ୍ଦାଜ ୧୬ ରାଉଣ୍ଡ୍‌ ମ୍ୟାଚ୍‌ରେ ୪-୬ରେ ପରାଜିତ ହୋଇଛନ୍ତି । ୯, ୮ ଏବଂ ୯ ହିଟ୍‌ କରିବା ପରେ ଚୂଡ଼ାନ୍ତ ସେଟ୍‌ରେ ସେ ଆଉ ତୀର ଚାଳନା କରିପାରି ନାହାନ୍ତି । ଫଳତଃ ଚୂଡ଼ାନ୍ତ ପ୍ରତିଦ୍ବନ୍ଦ୍ବିତାରେ ତାକାହାରୁ ଫୁରୁକାୱା ୮ ପଏଣ୍ଟ୍‌ ହାସଲ କରିବାରୁ ୨୭-୨୬ରେ ପ୍ରତିଯୋଗିତାର ଅବସାନ ଘଟିଛି । ସୂଚନାଯୋଗ୍ୟ, ଲଣ୍ଡନ୍‌ ଅଲିମ୍ପକ୍ସ୍‌ରେ ଅତନୁ ସ୍ବର୍ଣ୍ଣପଦକ ବିଜେତାଙ୍କୁ ପରାସ୍ତ କରିଥିବା ବେଳେ ଆଜି ରୌପ୍ୟପଦକ ବିଜେତାଙ୍କ ଠାରୁ ପରାସ୍ତ ହୋଇଛନ୍ତି ।