କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁ ଗିରଫ : ଏବେ ବି ପିଏସଙ୍କ ସମ୍ପତ୍ତିର ଚାଲିଛି ଆକଳନ

253

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ପିଏସ ବିରଞ୍ଚି ସାହୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଜୋରଦାର ଜେରା କରିଛି ଭିଜିଲାନ୍ସ ବିଭାଗ । ପିଏସଙ୍କ ଘରୁ ଓ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଥିବା ପୁଳାପୁଳା ଟଙ୍କା, ସୁନା, ଜମି ଓ ବ୍ୟାଙ୍କ ଆକାଉଂଟରେ ଥିବା ଜମା ରାଶିର ହିସାବ ଚାଲିଛି । ଗତକାଲିଠାରୁ ଏହି ହିସାବ ଚାଲିଥିବା ବେଳେ ଆଜି ଯାଏଁ ସରିନାହିଁ । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ ।

ସେପଟେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ପଛରେ କିଏ ରହିଛି ବଡ଼ ମୁଣ୍ଡ । ଅଭିଯୁକ୍ତ ପିଏସଙ୍କ ଘରୁ ଭିଜିଲାନ୍ସ ବିଭାଗ ଜବତ କରିଛି, ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଏବେ ପ୍ରଶ୍ନ ଉଠୁଛି ଯେ, ଚାକିରୀ ପ୍ରତିଶ୍ରୁତି ଦେଇ ପିଏସ ସମ୍ପତ୍ତି ଏକୁଟିଆ ଟଙ୍କା ଆଦାୟ କରିଛନ୍ତି ନାଁ ଆଉ କିଏ ବଡ଼ ଅଧିକାରୀ ତାଙ୍କ ପଛରେ ରହିଛନ୍ତି, ସେ ନେଇ ତଦନ୍ତ କରିବ କି ଭିଜିଲାନ୍ସ ।

କୁବେର ଭଳି ତାଙ୍କ ସମ୍ପତିର ଅନ୍ୟ କିଛି ବେଆଇନ ଉତ୍ସ ରହିଛି କି ? ଏମିତି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରହିଛି । ତେବେ କେତେଜଣ ପରିକ୍ଷାର୍ଥୀଙ୍କ ସହ ସମ୍ପତ୍ତି ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କୁ କଣ ପ୍ରତିଶ୍ରୁତି ଦିଆଯାଇଥିଲା ଜାଣିବା ଲାଗି ଆଡମିଟ କାର୍ଡ ମିଳିଥିବା ପରିକ୍ଷାର୍ଥୀଙ୍କୁ ମଧ୍ୟ ଜେରା କରିବାକୁ ଚିନ୍ତା କରୁଛି ଭିଜିଲାନ୍ସ । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି । ସେହିପରି ତାଙ୍କ ବାସଭବନରୁ ବର୍ତମାନ ସୁଦ୍ଧା ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ରିଲିଜ କରି ସୂଚନା ଦିଆଯାଇଛି ।