ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଖୁବଶୀଘ୍ର ହେବ ନିଷ୍ପତ୍ତି । ସୋନିଆ ଗାନ୍ଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କମଳନାଥ

କହିଲେ, ଜ୍ୟୋତିରାଦିତ୍ୟଙ୍କ ଧମକ ନେଇ ନାହିଁ କୌଣସି ଖବର; ଅଧ୍ୟକ୍ଷ ପଦପାଇଁ ଜ୍ୟୋତିରାଦିତ୍ୟ ଧମକ ଦେଇଥିବା ହେଉଥିଲା ଚର୍ଚ୍ଚା

300

କନକ ବ୍ୟୁରୋ: ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଂଟା ଧରି ବୈଠକ ଚାଲିବା ପରେ ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାଁ ଶୀଘ୍ର ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ସୋନିଆଙ୍କ ସହ ସଂଗଠନକୁ ନେଇ ହୋଇଥିବା ଚର୍ଚ୍ଚା ସଫଳ ହୋଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି କମଳନାଥ । ଏହି ରେସରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ସବୁଠୁ ଆଗରେ ରହିଛି ।

ସେପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଉପରେ ଖପ୍ପା ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏପରି କୌଣସି ଖବର ତାଙ୍କ ପାଖରେ ନାହିଁ ବୋଲି କମଳନାଥ କହିଛନ୍ତି । ଜ୍ୟୋତିରାଦିତ୍ୟଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ନମିଳିଲେ ତାଙ୍କ ସମର୍ଥକ ଦଳ ଛାଡିବେ ବୋଲି ଧମକି ଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ମଧ୍ୟପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷଙ୍କ ନାଁନେଇ କୌଣସି ନିଷ୍ପତି ନିଆଯାଇପାରିନାହିଁ ।