କାବୁଲରୁ କୁନିପିଲାର ଅପିଲ : ତାଲିବାନର ବର୍ବରତାର ଛାତିଥରା କଥା ବଖାଣୁଛି ଛୋଟ ପିଲା

ଆଫଗାନିସ୍ତାନକୁ ରକ୍ଷା କରିବାକୁ ଆମେରିକା ଓ ବିଶ୍ୱକୁ ଆହ୍ୱାନ; କହୁୁଛି, ଫେରିଆସନ୍ତୁ ପଳାୟନ କରିଥିବା ରାଷ୍ଟ୍ରପତି ଘନି

344

କନକ ବ୍ୟୁରୋ : କାବୁଲରୁ କୁନି ପିଲାର ଅପିଲ୍ । ଆଫଗାନିସ୍ତାନକୁ ତାଲିବାନ କବଳରୁ ଉଦ୍ଧାର କରିବା ପାଇଁ ଅପିଲ୍ କରିଛି ଏହି କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଛୋଟ ପିଲାଟି ବଖାଣିଛି ତାଲିବାନ ବର୍ବରତାର ଛାତିଥରା କହାଣୀ । ଆଫଗାନବାସୀଙ୍କୁ ଉଦ୍ଧାର କରିବାକୁ ବିଶ୍ୱବାସୀଙ୍କୁ ଅପିଲ୍ କରିଛି ଏହି ଛୋଟ ପିଲା । ନିଜକୁ ତାଲିବାନ ବିରୋଧୀ ଲଢେଇରେ ସାମିଲ କରିଥିବା କଥା କହୁଛି ଏହି ୪-୫ବର୍ଷର କୁନି ଛୁଆଟି ।

ତାଲିବାନୀମାନେ ଆଫଗାନିସ୍ତାନରେ ନରସଂହାର ଚଳାଇଛନ୍ତି । ଏ ଅସମୟରେ ଆମେରିକା ଆଫଗାନିସ୍ତାନକୁ ସାହାଯ୍ୟ କରୁ ବୋଲି ନିବେଦନ କରିଛି ଏଡି ନୀରିହ ଶିଶୁ । ପଳାୟନ କରିଥିବା ରାଷ୍ଟ୍ରପତି ଅସରଫ ଘନିଙ୍କୁ ଦେଶକୁ ଫେରିଆସିବା ପାଇଁ ବି ପିଲାଟି ଆହ୍ୱାନ ଦେଇଛି । ଭାଇରାଲ ହୋଇଥିବା କୁନି ପିଲାର ଭିଡିଓ କେବେର ଯଦିଓ ଜଣାପଡିନି ହେଲେ ତାଲିବାନ ଅଗଷ୍ଟ ୧୫ରୁ କାବୁଲକୁ କବଜା କରିବା ପରର ବୋଲି ଜଣାପଡିଛି । କୁନି ପିଲାଟି ତାଲିବାନ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିବା ଜଣାପଡିଛି । ନିକଟରେ ତାଲିବାନ ସରକାର ମନ୍ତ୍ରିମଣ୍ଡଳ ତାଲିକା ଘୋଷଣା କରିଛି । ଆସନ୍ତାକାଲି ତାଲିବାନର ନୂଆ ସରକାର ଘୋଷଣା ହୋଇପାରେ ।