ଆଇଟମ୍ ସଙ୍ଗରେ ଶିକ୍ଷକଙ୍କ ବୋବାଲ ଡ୍ୟାନ୍ସ । ଦେଖନ୍ତୁ ଭିଡିଓ…

170

କନକ ବ୍ୟୁରୋ : ସେ ପିଲା ହୁଅନ୍ତୁ ଅବା ବୁଢା, ଗୀତ ବାଜିଲେ ସମସ୍ତଙ୍କର ଗୋଡ ଉଠେ । ସମସ୍ତେ ସଙ୍ଗୀତର ତାଳେ ତାଳେ ଝୁମିଉଠନ୍ତି । ଠିକ୍ ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ବଲିଉଡର ପପୁଲାର ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓକୁ ଯିଏ ଦେଖୁଛି ସେ ପ୍ରଶଂସା ନକରି ରହିପାରୁନି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଆଶାମର ଏକ ସରକାରୀ ସ୍କୁଲର । ସ୍କୁଲରେ ଏକ ଫଙ୍କସନ୍ ଚାଲିଥିବା ବେଲେ ବଲିଉଡର ସେଫ୍ଅଲି ଖାନ୍ ଏବଂ ଜ୍ୟାକଲିନଙ୍କ ଏକ ପପୁଲାର ସଂଗ୍ ‘ମୁଝେ ତୋ ତେରି ଲତ ଲଗ ଗେଇ’ ଗୀତ ବାଜିଥିଲା । ଆଉ ଏହି ଗୀତ ବାଜିବା ମାତ୍ରେ ଜଣେ ଶିକ୍ଷକ ବୋବାଲ ଡ୍ୟାନ୍ସ କରିଥିଲେ । ଆଇଟମ୍ ସଙ୍ଗର ତାଳେ ତାଳେ ଶିକ୍ଷକଙ୍କ ନାଚ ଦେଖି ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରି ଏବଂ ଛାତ୍ର-ଛାତ୍ରୀ ତାଳି ବଜାଇ ଶିକ୍ଷକଙ୍କ ନାଚକୁ ଉପଭୋଗ କରିଥିଲେ । ଏହାସହ ଏହି ଭିଡିଓକୁ ରେକର୍ଡ କରି ଫେସବୁକରେ ସେୟାର କରିଥିଲେ । ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୬ ଲକ୍ଷ ଲୋକେ ଏହାକୁ ଦେଖିସାରିଲେଣି । ୨ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି ।