ପାରଳା ଗଣ ଆତ୍ମହତ୍ୟା ମାମଲା : ବିଧାୟକ କେ. ସୂର୍ଯ୍ୟା ରାଓଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍

25

ପାରଳାଖେମୁଣ୍ଡି : ଗିରଫଦାରୀରୁ ବଂଚିଗଲେ ବିଧାୟକ । ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲାରେ ବିଧାୟକ କେ. ସୂର୍ଯ୍ୟା ରାଓଙ୍କୁ ଆଶ୍ୱସ୍ତି ମଳିଛି । ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଏହା ବଳବତର ରହିବ । ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ତାରିଖରେ ହେବ । ସେ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ଗିରଫ କରିପାରିବ ନାହିଁ । ଏଥିସହ ପୁଲିସକୁ କେସ ଡାଏରୀ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ପାରଳା ଗଣ ଆତ୍ମହତ୍ୟା ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସୂର୍ଯ୍ୟା ରାଓ, ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସମେତ ୧୦ଜଣଙ୍କ ନାଁରେ ପାରଳା ରାଜାଙ୍କ ମ୍ୟାନେଜର ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଏତଲା ଦେଇଥିଲେ । ଏହାପରେ ବିଧାୟକଙ୍କ ଗିରଫଦାରୀ ନେଇ ଆଶଙ୍କା ଦେଖାଦେଇଥିଲା । ସେପଟେ ଏହି ମାମଲାର କ୍ରାଇମବ୍ରାଂଚ ଏସଆଇଟି ତଦନ୍ତ ଜାରି ରଖିଛି।