କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି : ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଲେ ୭୮ ବର୍ଷୀୟ ଜୋ ବାଇଡେନ

କହିଲେ, କାର୍ଯ୍ୟଭାର ଗ୍ରହଣ କରିବା ପରେ କରୋନା ବିରୋଧରେ ଲଢ଼େଇ ରହିବ ପ୍ରାଥମିକତା

84

କନକ ବ୍ୟୁରୋ : କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଇଛନ୍ତି ୭୮ ବର୍ଷୀୟ ବାଇଡେନ । ନୂଆବର୍ଷରୁ ଆମେରିକାରେ ବ୍ୟାପକ ଟିକାକରଣ ପାଇଁ ଯୋଜନା ରହିଛି । ଲୋକଙ୍କ ମନରେ ଟିକା ପ୍ରତି ବିଶ୍ୱାସ ବଢ଼ାଇବାକୁ ବାଇଡେନ ନିଜେ ଟିକା ଗ୍ରହଣ କରିଥିବା କହିଛନ୍ତି । ବାଇଡେନଙ୍କ ସହ ତାଙ୍କ ପତ୍ନୀ ଜିଲ ମଧ୍ୟ ଟିକା ନେଇଛନ୍ତି ।

ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ, କରୋନା ବିରୋଧରେ ଲଢ଼ିବା ପ୍ରଥମ ଗୁରୁତ୍ୱ ହେବ ବୋଲି ବାଇଡେନ କହିସାରିଛନ୍ତି । କରୋନାରେ ଆମେରିକା ସବୁଠୁ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ଏକ କୋଟି ୭୫ ଲକ୍ଷ ଲୋକ ସଂକ୍ରମଣର ଶୀକାର ହୋଇଥିବା ବେଳେ କରୋନା ୩ ଲକ୍ଷ ୧୫ ହଜାରରୁ ଅଧିକ ଜୀବନ ନେଇ ସାରିଛି ।