ଭାରତ କରୋନାର ମୁକାବିଲାରେ ସଫଳ । ଦ୍ୱିପାକ୍ଷିକ ବୈଠକରେ ବାଇଡେନଙ୍କ ପ୍ରଶଂସା।

92

କନକ ବ୍ୟୁରୋ : ‘ଭାରତ କରୋନାର ମୁକାବିଲାରେ ସଫଳ’ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହିଭଳି କହି ଭାରତର ପ୍ରଶଂସା କରିଛନ୍ତି । ଜାପାନର ରାଜଧାନୀ ଟୋକିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଉଭୟ ଦେଶର ନେତା ବିଭିନ୍ନ ପ୍ରସଙ୍ଗରେ ଏଥିରେ ଆଲୋଚନା କରିଛନ୍ତି । ବାଇଡେନ କରୋନା ସମୟରେ ଭାରତର ସଫଳତାର ସହ ମହାମାରୀର ମୁକାବିଲା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ମହାମାରୀ ମୁକାବିଲାରେ ବିଫଳ ଚୀନର ନିନ୍ଦା କରିଛନ୍ତି । ବାଇଡେନ କହିଛନ୍ତି, ଲୋକତନ୍ତ୍ରକୁ ବଞ୍ଚାଇବାରେ ଭାରତର ପ୍ରୟାସ ସଫଳ ରହିଛି । ବର୍ତ୍ତମାନ ଲଢେଇ ଲୋକତନ୍ତ୍ର ବନାମ ନିରଙ୍କୁଶ ଶାସନର ହୋଇଛି ।

ଜୋ ବାଇଡେନ ଋଷ ଓ ଚୀନକୁ ନିରଙ୍କୁଶ ଶାସନର ଉଦାହରଣ କହିବା ସହ ଭାରତର ପ୍ରଶଂସା କରିଛନ୍ତି । କ୍ୱାର୍ଡ ଦେଶର ବୈଠକ ସମୟରେ ଆମେରିକା ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିନ୍ଦା କରାଯାଇଛି । ମୋଦିଙ୍କ ସହ ଆଲୋଚନା ବେଲେ ସେ କହିଛନ୍ତି, ଆମେ ଦୁଇ ଦେଶ ମିଳିତ ଭାବେ ବହୁତ କିଛି କରିପାରି୍ବା । ଆମେ ଅନେକ କାମ ମିଳିତ ଭାବେ ଅନେକ କାମ କରୁଛେ ମଧ୍ୟ । ଆମେରିକ- ଭାରତ ସମ୍ପର୍କ ବିଶ୍ୱର ସବୁଠୁ ସୁଦୃଢ ସମ୍ପର୍କ ହେବା ପାଇଁ ଆମେ ସମସ୍ତେ କାମ କରୁଛୁ ।

ଭାରତ ଏବଂ ଆମେରିକା ମଧ୍ୟରେ ବିଶ୍ୱାସର ସମ୍ପର୍କ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏବଂ ଆମେରିକା ଭିତରେ ଥିବା ରଣନୀତିକ ସମ୍ପର୍କ ବିଶ୍ୱାସର ସମ୍ପର୍କ । ଅନେକ କ୍ଷେତ୍ରରେ ଆମେ ସମାନ ହିତରେ କାମ କରୁଛୁ । ଆମେ ଭିତରେ ବିଶ୍ୱାସ ଆମ ସମ୍ପର୍କକୁ ମଜବୁତ କରିଛି । ଆମ ଭିତରେ ବ୍ୟବସାୟ, ନିବେଶର ଲଗାତର ବୃଦ୍ଧି ହୋଇଚାଲିଛି । ମୋଦି ଆହୁରି ମଧ୍ୟ କହିଛନ୍ତି, ମୋତେ ବିଶ୍ୱାସ ଅଛି ଭାରତ-ଆମେରିକା ସମ୍ପର୍କ ଇନଭେଷ୍ଟମେଣ୍ଟ ଇନସେନିଭ ଏଗ୍ରିମେଣ୍ଟରେ ନିବେଶ ନେଇ ରାସ୍ତା ପ୍ରସସ୍ତ ହୋଇଛି । ଏହା ଜାରି ରହିଲେ ଆମକୁ ପ୍ରଗତି ମିଳିବ । ଆମେ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗବଢିଛି । ବିଭିନ୍ନ ବିଶ୍ୱର ପ୍ରସଙ୍ଗରେ ଆମ ଭିତରେ ସମନ୍ୱୟ ରହିଛି ।