ମହାପ୍ରଭୁଙ୍କୁ ଧରି ଅଭିନୟ କରିବାରେ ନେତା ବ୍ୟସ୍ତ, ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି ନହେଉ । ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର ।

131

କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ପୁଣିଥରେ ଏଏସଆଇ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀରେ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇବା ସହ ବିଜୟ କହିଛନ୍ତି, ପ୍ରକଳ୍ପରେ ହୋଇଥିବା ଅବହେଳା ଲାଗି ସିବିଆଇ ନିଜଆଡୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରୁ । ଯେଉଁମାନେ ଏହି କାର୍ଯ୍ୟ ପଛରେ ରହିଛନ୍ତି ସେମାନଙ୍କୁ ଗିରଫ କରାଯାଉ । ପ୍ରକଳ୍ପ ନେଇ ପୁରୀ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ କାମ କରୁଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ସେହିପରି ନାଁ ନ ନେଇ ସେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସମ୍ବିତ ପାତ୍ର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସମସ୍ତେ ରାଜନୀତି କରିବାରେ ବ୍ୟସ୍ତ । ଫଟୋକୁ ଧରି ରାଜନୀତି ଚାଲିଛିା ଏଘଟଣା ଆଗରୁ କେବେ ହୋଇନଥିଲା । ଏହାସହ ବିଜୟ କହିଛନ୍ତି,

  • ଆରମ୍ଭରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଥିଲା
  • ଜଗନ୍ନାଥପ୍ରେମୀଙ୍କ ମନରେ ପ୍ରକଳ୍ପକୁ ନେଇ ସନ୍ଦେହ ସୃଷ୍ଟି ହେଲା
  • ଏଏସଆଇ ପ୍ରଥମରୁ ଚାହିଁଥିଲେ ପ୍ରକଳ୍ପଟି ବିବାଦୀୟ ହୋଇନଥାନ୍ତା
  • ପୁରୁଣା କୀର୍ତ୍ତିରାଜି ଉଚ୍ଛେଦ କରିବାକୁ ହେଲେ ଏଏସଆଇର ଅନୁମତି ଆବଶ୍ୟକ ।
  • ସେତେବେଳେ ଏହାକୁ ବେଖାତିର କରି ପୁରୁଣା ମଠ ମନ୍ଦିରକୁ ଭଙ୍ଗାଗଲା
  • କେବଳ ରାଜନୈତିକ ବୟାନବାଜିରେ ସମସ୍ତେ ବ୍ୟସ୍ତ
  • ଜଗନ୍ନାଥଙ୍କ ଫଟୋ ଧରି ରାଜନୀତି କରିବାରେ ବ୍ୟସ୍ତ
  • ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ କାଖେଇ କୁଣ୍ଢେଇ ଖେଳନା ଭଳି ବ୍ୟବହାର କରିବା ଠିକ୍ ନୁହେଁ । ଏଭଳି ଘଟଣା ପୂର୍ବରୁ କେବେ ହୋଇନଥିଲା ।
  • ଜଗନ୍ନାଥ ମନ୍ଦିରକୁ ନେଇ କୌଣସି ରାଜନୈତିକ ବିବାଦ କୌଣସି ରାଜନୈତିକ ଦଳ କରିବା ଉଚିତ ନୁହେଁ
  • ଏହା ଏବେ ରାଜନୈତିକ ଲଢେଇରେ ପରିଣତ ହେଲାଣି
  • ଏକ୍ସପର୍ଟ କମିଟି ଗଠନ କରିବାକୁ କହିଥିଲି । ଏଏସଆଇ ଓ କେନ୍ଦ୍ର ସରକାର ଏହାକୁ ଗଠନ କରିବା କଥା । କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ । ରାଜ୍ୟ ସରକାର ମଧ୍ୟ ଏଏସଆଇର ଅନୁମୋଦନ ନେଇ ବିଶେଷଜ୍ଞ କମିଟି ଗଠନ କରିପାରିଥାନ୍ତେ । କିନ୍ତୁ ତାହା ମଧ୍ୟ ହେଲା ନାହିଁ ।
  • ଯାହାର ଦାୟିତ୍ୱ ସେମାନେ ପାଳନ କରିନାହାନ୍ତି । ଏଏସଆଇ ହିଁ ଏହି ଘଟଣାର ମୁଖ୍ୟ ଦୋଷୀ । ଏଏସଆଇ କୌଣସି ଅନୁଧ୍ୟାନ କରିନଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇର ନିଦ ଭାଙ୍ଗିଲା ।
    ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ରାମାନୁଜଙ୍କ ମୂର୍ତ୍ତି ଅନାବରଣ କରିଥିଲେ । କିନ୍ତୁ ପୁରୀରେ ରାମାନୁଜଙ୍କ ଦ୍ୱାରା ନିର୍ମିତ ଏମାର ମଠକୁ ଭଙ୍ଗାଯାଉଛି । କେହି ଏଠାରେ ପ୍ରତିବାଦ କଲେନି ।