ଜିଓ ଗ୍ରାହକ ଏବେ ବି ନେଇ ପାରିବେ ପ୍ରାଇମ ମେମ୍ବରସିପ ! କ’ଣ ରହିଛି ସର୍ତ୍ତ ଜାଣନ୍ତୁ

36

ଜିଓର କିଛି ଗ୍ରାହକ ପ୍ରାଇମ ମେମ୍ବରସିପ, ସମର ସରପ୍ରାଇଜଧନ ଧନା ଧନ ଅଫର ନେଇ ମଜାରେ ଅଛନ୍ତି । ଏପରିସ୍ଥଳେ କିଛି ଗ୍ରାହକ ଏବେ ବି ଚିନ୍ତିତ ଅଛନ୍ତି, ଯେଉଁମାନେ ଏବେ ପର୍ଯ୍ୟନ୍ତ କୌଣସି ରିଚାର୍ଜ କରାଇ ନାହାନ୍ତି । ଆଉ ଏବେ ରିଲାଏନ୍ସର ମାଗଣା ସେବା ୧୫ ନମେଭରରୁ ଶେଷ ହୋଇଯାଇଛି । ଏମିତିରେ କିଛି ଗ୍ରାହକ ଚିନ୍ତାରେ ଅଛନ୍ତି କି ତାଙ୍କ ନମ୍ବର ବନ୍ଦ କାଳେ ବନ୍ଦ ହୋଇଯିବ ।

ତେବେ ଆପଣ ମଧ୍ୟ ଯଦି ଏହି ଗ୍ରାହକ ମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ବଡ ଖବର ଆପଣ ଏବେ ବି ପ୍ରାଇମ ମେମ୍ବରସିପ ନେଇ ପାରିବେ । ପ୍ରକୃତକଥା ହେଲା ଜିଓ ସମର ସରପ୍ରାଓଜ ଅଫର ବନ୍ଦ କରିବା ପରେ ଏବେ ଧନ ଧନା ଧନ ଅଫର ଆରମ୍ଭ ହୋଇଛି । ଏଥିରେ ପ୍ରାଇମ ମ୍ବେର ଓ ନନ ପ୍ରାଇମ ମେମ୍ବରଙ୍କ ପାଇଁ ରହିଛି ଅଲଗା ଅଲଗା ଯୋଜନା ।

ପ୍ରାଇମ ମେମ୍ବର ପାଇଁ ୩୦୯ ଟଙ୍କାରେ ଯୋଜନା ରହିଛି, ଯେଉଁଠି ୮୪ ଦିନର ବୈଧତା ସହ ୮୪ ଜିବି ଡାଟା, ଅସୀମିତ କଲିଂ ଓ ମେସେଜର ସୁବିଧା ରହିଛି । ଏହି ଯୋଜନାରେ ପ୍ରତିଦିନ ଡାଟା ବ୍ୟବହାରର ସୀମା ୧ ଜିବି ରହିବ। ପ୍ରାଇମ ମେମ୍ବରଙ୍କ ପାଇଁ ଦ୍ୱିତୀୟ ଯୋଜନାରେ ୩୦୯ ଟଙ୍କିଆ ଯୋଜନାରେ ପ୍ରତିଦିନ ଡାଟା ବ୍ୟବହାର କରିବାର ସୀମା ରହିବ ୨ ଜିବି ।

ଏବେ ୩୦୯ ଓ ୫୦୯ ଟଙ୍କାର ଯୋଜନା ମଧ୍ୟ ରହିଛି ଯାହା ସେହି ମାନଙ୍କ ପାଇଁ ଉପଲବ୍ଧ ପ୍ରାଇମ ମେମ୍ବର ନୁହଁନ୍ତି । କିନ୍ତୁ ଆପଣ ଯଦି ୪୦୮ ଓ ୬୦୮ ଟଙ୍କାର ରିଚାର୍ଜ କରିବେ ତେବେ ଆପଣଙ୍କୁ ପ୍ରାଇମ ମେମ୍ବରସିପ ମିଳଯିବ । ଏହାର ଅର୍ଥ ହେଲା କମ୍ପାନୀ ୪୦୮ ଟଙ୍କିଆ ଯୋଜନାରେ ଆପଣଙ୍କ ଠାରୁ ୯୯ ଟଙ୍କା ପ୍ରାଇମ ମେମ୍ବରସିପ ପାଇଁଁ ନେଉଛି ।

ଏପରିସ୍ଥଳେ ଆପଣ ଯଦି ଏବେ ୪୦୮ ଟଙ୍କାର ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ୧ ବର୍ଷର ପ୍ରାଇମ ମେମ୍ବରସିପ ସହ ୮୪ ଦିନର ଧନ ଧନା ଅଫର ମିଳୁଛି । ଏହି ଯୋଜନାରେ ଆଣଙ୍କୁ ୮୪ ଦିନ ପର୍ଯ୍ୟନ୍ତ ୮୪ ଜିବି ୪ ଜି ଡାଟା ସହ ବ୍ୟବହାର କରିପାରିବେ । ଏପଟେ ୬୦୮ ଟଙ୍କିଆ ଯୋଜନାରେ ୮୪ ଦିନ ବୈଧତା ସହ ଡାଟା ବ୍ୟହାରର ସୀମା ପ୍ରତିଦିନ ୨ ଜିବି ପର୍ଯ୍ୟନ୍ତ ରହିବ ।

                                                  ସୌଜନ୍ୟ-ଅମର ଉଜାଲା