ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ

ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ଅଭିଯୁକ୍ତକୁ ନେଇଥିଲା ପୋଲିସ

142

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ ମାମଲାରେ ତନାଘନା ଚଳାଇଛି ଯାଜପୁର ପୋଲିସ । ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଥାନାରେ ଚାଲିଛି ଜେରା । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା । ଏପରିକି ଝରାଫୁଲଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ରାକେଶ ଓ ଝରାଫୁଲଙ୍କୁ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା ।