ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା

 ଦୀର୍ଘ ସମୟ ଧରି ବାହାରେ ରହିଲେ ଶିକ୍ଷକ, ଶିକ୍ଷୟିତ୍ରୀ; ପୋଲିସ ପହଂଚି ଗେଟ ଖୋଲିବା ପରେ ହଟିଲା ଆନ୍ଦୋଳନ

214

କନକ ବ୍ୟୁରୋ : ଗେଟରେ ତାଲା ପକାଇ ସ୍କୁଲ ଭିତରେ ବସିଲେ ପିଲା, ବାହାରେ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ । ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ସ୍କୁଲରୁ ଆସିଛି ଏଭଳି ଚିତ୍ର । ସ୍କୁଲ କର୍ତ୍ତୃପକ୍ଷ ୧୨୧ ଜଣ ପିଲାଙ୍କୁ ଫେଲ କରିଦେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍କୁଲରେ କରୋନା ପୂର୍ବରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଶେଷ ହୋଇଥିଲା । ୪ଟି ପରୀକ୍ଷା ସରିଥିବା ବେଳେ ୨ଟି ବିଷୟ ବାକି ଥିଲା ।

ସରକାରୀ ଗାଇଡ଼ଲାଇନ ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ହେଲେ ନବମ ଶ୍ରେଣୀ ପିଲାଙ୍କ ପାଇଁ ୫ଟି ସର୍ତ୍ତ ରଖାଯାଇଥିଲା । ଯେଉଁ ପିଲା ୧୯୮ ମାର୍କ ରଖିଥିବେ ସେମାନଙ୍କ ସ୍କୁଲରେ ଉପସ୍ଥାନକୁ ଦେଖି ପାସ୍ କରିବା ପାଇଁ ସରକାରୀ ଗାଇଡ଼ଲାଇନ ରହିଥିଲା । ସେହି କ୍ରମରେ ସ୍କୁଲରେ ମୋଟ ୪୬୨ ପିଲାଙ୍କ ଭିତରୁ ୧୬୪ଜଣଙ୍କୁ ଫେଲ କରିଥିଲେ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରି ଏକ ସ୍ୱଚ୍ଛାସେବୀ ସଂଗଠନ ରାଜ୍ୟ ମାନବଧିକାର କମିଶନରେ ଫେରଦ ହୋଇଥିଲା । ତେବେ ସର୍ବନିମ୍ନ କ୍ରାଇଟେରିଆ ୬୬ ପ୍ରତିଶତ ଉପସ୍ଥାନକୁ ବିଚାର କରି ପିଲାଙ୍କ ପାସ୍ କରିବାକୁ ନିର୍ଦ୍ଦେଶ ଦେଇଥିଲ ଓଏଚଆରସି । ସେହି ଆଧାରରେ ୧୬୪ ଜଣଙ୍କ ଭିତରୁ ୪୩ ଜଣଙ୍କୁ ପାସ୍ କରି ୧୨୧ ଜଣଙ୍କୁ ଫେଲ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।