ରାଜନେତାରୁ ଶିକ୍ଷକ । ବିଧାୟକ ବନିଲେ ଶିକ୍ଷକ, ପିଲାଙ୍କୁ କଲେ ଶିକ୍ଷାଦାନ, ପଚାରିଲେ ପ୍ରଶ୍ନ

ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ସ୍କୁଲ

301

କନକ ବ୍ୟୁରୋ: ରାଜନେତାରୁ ଶିକ୍ଷକ । ବିଧାୟକ ବନିଲେ ଶିକ୍ଷକ, ପିଲାଙ୍କୁ କଲେ ଶିକ୍ଷାଦାନ, ପଚାରିଲେ ପ୍ରଶ୍ନ । ସ୍କୁଲ ଖୋଲା ଅଛି, ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ରହିଛନ୍ତି । କିନ୍ତୁ ପାଠ ପଢ଼ାଉଛନ୍ତି ବିଧାୟକ । ବିରୋଧିଦଳର ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପିଲାଙ୍କୁ ପାଠ ପଢାଇଛନ୍ତି ।

ଜୟପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ନୂତନ କୋଠା ଉଦଘାଟନ କରିବାକୁ ଆସି ପିଲାଙ୍କୁ ବୁଦ୍ଧିର ପରୀକ୍ଷା କରିବା ସହ ପାଠ ପଢାଇଛନ୍ତି ବିଧାୟକ । ଛାତ୍ରଛାତ୍ରୀଙ୍କୁ ଗଣିତ ଓ ଇଂଜାରୀ ବିଷୟରେ ପ୍ରଶ୍ନ ପଚାରିଥିଲେ । ପିଲାଙ୍କ ଠାରୁ ଉତର ପାଇ ନିଜ ପିଲାବେଳର ପାଠ ପଢା ବାବଦରେ ମଧ୍ୟ ବଖାଣିଲେ । ନିଜ ବିଦ୍ୟାଳୟରେ ବିଧାୟକଙ୍କୁ ଶିକ୍ଷକ ରୂପରେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ଛାତ୍ରଛାତ୍ରୀ ।

ତାରା ବାହିନୀପତିଙ୍କଠାରୁ ଅନେକ କଥା ଶିଖିବାକୁ ମିଳିଥିଲା ବୋଲି ପ୍ରକାଶ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଅନ୍ୟପକ୍ଷେ ବିଧାୟକଙ୍କ ପାଠ ପଢ଼େଇବାର କୌଶଳ ସମସ୍ତେ ଶିଖିବା ଦରକାର, ଶିକ୍ଷକ ମାନେ ମଧ୍ୟ ଜାଣିବା ଦରକାର ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।