ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ ! ୨ ମୃତ, ୪ ଜଣ ଆହତ

34

କନକ ବ୍ୟୁରୋ : ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ରବିବାର ରାତିରେ ଜର୍ମାନୀର ୱର୍ଟମବର୍ଗ କୋନଷ୍ଟାଞ୍ଜ ସହରରେ ଏକ ଡିସ୍କୋଥେକରେ ଘଟିଛି ଏଭଳି ଘଟଣା । ଜଣେ ବନ୍ଧୁକଧାରୀ ଅଚାନକ ଗୁଳିମାଡ କରିବା ପରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ବନ୍ଧୁକଧାରୀ ଗୁରୁତର ହେବା ପରେ ହସ୍ପିଟାଲରେ ମୃତ୍ୟୁ ହୋଇଛି । ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୌଣସି ପ୍ରକାର ସୂଚନା ମିଳିନାହିଁ । ଆକ୍ରମଣକାରୀ ଜଣକ ଏକା ଥିଲା ଓ ସେ ଜଣେ ଇରାକୀ ନାଗରିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ୩୭ ବର୍ଷୀୟ ଇରାକୀ ନାଗରିକ କିଛି ଦିନ ହେବ କୋନଷ୍ଟାଞ୍ଜ ସହରରେ ରହୁଥିଲା ବୋଲି ପୋଲିସ କହିଛି ।