ଆଜି ଆୟକର ପଇଠର ଶେଷ ଦିନ ! ଡେଡଲାଇନ୍ ବୃଦ୍ଧି ପାଇଁ ନାହିଁ ଯୋଜନା

31

କନକ ବ୍ୟୁରୋ: ଆଜି ଆୟକର ପଇଠର ଶେଷ ଦିନ । ୨୦୧୬-୧୭ ଆର୍ଥିକ ବର୍ଷର ଆୟକର ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ଜୁଲାଇ ୩୧ ଅର୍ଥାତ୍ ଆଜି ଆୟକର ଦାଖଲର ଶେଷ ଦିନ ହୋଇଥିବା ବେଳେ ଇଲେକଟ୍ରୋନିକ୍ ଭାବେ ପୂର୍ବରୁ ୨ କୋଟି ଟଙ୍କାର ରିଟର୍ଣ ଫାଇଲ ହୋଇସାରିଛି ।

ତେବେ ଏହି ଡେଡଲାଇନ୍ ବୃଦ୍ଧି ପାଇଁ କୌଣସି ପ୍ରସ୍ତାବ ନଥିବା ଆଇଟି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହ କରଦାତା ମାନଙ୍କୁ ଠିକ୍ ସମୟରେ ଟ୍ୟାକ୍ସ ପେମେଂଟ୍ କରିବାକୁ ନିବେଦନ କରିଛି ଆଇଟି ବିଭାଗ । ଇ-ଫାଇଲିଂର ୱେବସାଇଟରେ କିଛି ବଡ ତ୍ରୁଟି ନଥିବା ଆଇଟି ବିଭାଗ ଅଧିକାରୀ କହିଛନ୍ତି । ମାତ୍ର ଅଳ୍ପ ସମୟ ପାଇଁ ଏଥିରେ କିଛି ବ୍ୟବଧାନ ଦେଖା ଦେଇଥିଲା ବୋଲି ସୂଚନା ଦେଇଛନ୍ତି ଆଇଟି ଅଧିକାରୀ ।