ନିୟନ୍ତ୍ରଣ ବାହାରେ ଜାପାନୀ ଜ୍ୱର : ୬୭ଦିନରେ୧୧୧କୁ ବଢିଲା ଶିଶୁ ମୃତ୍ୟୁ ସଂଖ୍ୟା

14

ମାଲକାନଗିରି : ଜାପାନୀ ଏନସେଫାଲାଇଟିସ ଆତଙ୍କ ଜାରି ରହିଛି । ଆଜି ପୁଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୬୭ଦିନରେ ମୃତ୍ୟୁସଂଖ୍ୟା ୧୧୧ରେ ପହଂଚିଛି । ଆଲୁର ଗାଁର ୩ବର୍ଷୀୟ ରାଧିକା ମାଡକାମି, ସେଲକୁଣ୍ଡା ଗାଁର ୧ବର୍ଷର ଶିଶୁ ମୋନା ସୋଢି ଓ କତାଗୁଡା ଗାଁର ୩ବର୍ଷୀୟ ରମେଶ ବିଷୋୟୀର ମୃତ୍ୟୁ ହୋଇଛି । ୨ମାସରୁ ଅଧିକ ସମୟ ଧରି ବ୍ୟାପିଥିବା ଜାପାନୀ ଜ୍ୱରକୁ ଆୟତ କରାଯାଇପାରୁନାହିଁ ।