ବର୍ଷା ନ ହେବାରୁ ବିଗିଡ଼ିଲା ଚାଷ : କଳାହାଣ୍ଡିର ଜୟପାଟଣା ବ୍ଲକରେ ଏକର ଏକର ଜମିରେ ଧାନଗଛ ପାଲିଟିଲା ପାଳ
କନକ ବ୍ୟୁରୋ : ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ହାଡ଼ଭଙ୍ଗା ପରିଶ୍ରମ କରି ଲୋକଙ୍କ ପେଟକୁ ଦାନା ଯୋଗାଉଛନ୍ତି । କିନ୍ତୁ ପ୍ରତିବଦଳରେ ତାଙ୍କୁ ଉଚିତ ପ୍ରାପ୍ୟ ମିଳିପାରୁନାହିଁ । କେତେବେଳେ ଋଣଭାର, କେତେବେଳ ଚକଡ଼ା ଆଉ କେତେବେଳେ ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେମାନଙ୍କ ମନୋବଳ ଭାଙ୍ଗିପଡ଼ୁଛି । ଯଦ୍ୱାରା ଆତ୍ୱହତ୍ୟା ପରି ବାଟକୁ ଆପଣାଇନେଉଛନ୍ତି ଚାଷୀଭାଇ । କଳାହାଣ୍ଡିରେ ଜୟପାଟଣା ବ୍ଲକରେ ଏବେ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଠିକ୍ ସମୟରେ ବର୍ଷା ନହେବାରୁ ଏବେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଳ ବହୁଳେ ସୃଷ୍ଟି ନାଶ. ଜଳ ବିହୁନେ ସୃଷ୍ଟି ନାଶ । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଛି କଳାହାଣ୍ଡି ଜୟପାଟଣା ବ୍ଲକରେ । ବର୍ଷା ଅଭାବରୁ ଚାଷ ଅମଳ ହେବା ତ ଦୂରର କଥା, ଧାନ ଶୁଖିଯାଇ ପାଳ ହୋଇଯାଇଛି । ବ୍ଲକର ଅଧିକାଂଶ ଅଚଂଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ସଂପୃକ୍ତ ଅଚଂଳରେ ଚାଷୀ ଧାରକରଜ କରି ବିଲରେ ଧାନଚାଷ କରିଥିଲା । କିନ୍ତୁ ବର୍ଷା ଅଭାବରୁ ବିଲରେ ଧାନଚାଷ ଉଜୁଡିଯାଇଛି । ଧାନ ବୁଣା ହୋଇଛି, କିନ୍ତୁ ଅମଳ ହୋଇପାରିନାହିଁ । ବିଭାଗୀୟ ଅଧିକାରୀ ସଂପୃକ୍ତ ଅଂଚଳ ପରିଦର୍ଶନ କରି ଫେରିଆସିଛନ୍ତି ।