ଆସାମରେ ଉଗ୍ରବାଦୀଙ୍କ ଆକ୍ରମଣ : ୫ ସାଧାରଣ ଲୋକଙ୍କର ଚାଲିଗଲା ଜୀବନ

ପୁଣି ଦେଶରେ ଉଗ୍ରବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି

113

କନକ ବ୍ୟୁରୋ: ପୁଣି ଦେଶରେ ଉଗ୍ରବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏଥର ଯବନା ନୁହେଁ ବରଂ ସାଧାରଣ ଲୋକଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କିଛି ଉଗ୍ରବାଦୀମାନେ ସ୍ଥାନୀୟ ତିନିସୁକିଆ ଅଚଂଳରେ ଲୋକଙ୍କୁ ଅପହରଣ କରିନେଇଥିଲେ ଓ ଏହା ପରେ ଗୋଳିମାଡ କରିଥିଲେ । ତେବେ ତାଙ୍କ ଗୋଳିରେ ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 

ଏହି ଗୋଳିମାଡରେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । ଗତକାଲି ରାତିରେ ହଠାତ କିଛି ଉଗ୍ରବାଦୀମାନେ ସାଧାରଣ ଲୋକମାନଙ୍କୁ ଅତି ବର୍ବରତାର ସହ ମାରିଥିବା ସୂଚନା ମିଳିଛି । ପ୍ରଥମେ ଲୋକଙ୍କୁ ଅପହରଣ କରିବାପରେ ସେମାନଙ୍କୁ ବ୍ରହ୍ମପୁତ୍ର ନଦୀ ଆଡକୁ ଚାଲିଯାଇଥିଲେ । ତେବେ ଏହି ଖବର ଜଣାପଡିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିବା ସହ ନିନ୍ଦା କରିଛନ୍ତି । ଏହାପରେ ସେ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବିଷୟରେ କଥା ହେବା ସହ ଯେଉଁମାନେ ଏହି ଘଟଣାରେ ଦାୟୀ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କହିଛନ୍ତି । ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୁତବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଥିବା ସୂଚନା ମିଳିଛି ।