ଜାପାନୀ ଜ୍ୱର ନେଇ ଆଗୁଆ ସଚେତନ ମାଲକାନଗିରି ଜିଲ୍ଳା ପ୍ରଶାସନ ! ଗାଁରୁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍

28

କନକ ବ୍ୟୁରୋ : ମାଲକାନଗିରିରେ ଜାପାନୀ ଜ୍ୱର ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ । ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ । ପ୍ରବଳ ବର୍ଷା ବନ୍ୟା ଯୋଗୁଁ ଏହି ରୋଗ ବ୍ୟାପିବାର ଅଧିକ ସମ୍ଭାବନା ଥିବାରୁ ବନ୍ୟା ପ୍ରଭାବିତ ଅଂଚଳ ବୁଲି ସେଠାରେ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି ଟିମ୍ ।

କାଲିମେଳାରେ ଘୁଷୁରି ମଡକ ଯୋଗୁଁ ଲୋକ ଆତଙ୍କିତ ଅବସ୍ଥା ଥିବା ବେଳେ ଏହାର କାରଣ ମଧ୍ୟ ଅନୁଧ୍ୟାନ କରିଛି ଟିମ । ଗତ ବର୍ଷ ଜାପାନୀ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ରୁ୍ୟ ହୋଇଥିବା ବେଳେ ଏବର୍ଷ ଘନଘନ ମାଲାକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ।

ପ୍ରଥମ ଥର କରି ଏନ.ଭି.ଡି ସେଲ ତରଫରୁ ଜିଲ୍ଲାର ସମସ୍ତ ତଥା ୧୫୮ଟି ଆଙ୍ଗନୱାଡି କେନ୍ଦ୍ର ସମେତ, ସମସ୍ତ ଆବାସିକ ବିଦ୍ୟାଳୟ, ବିଏସଏଫ କ୍ୟାମ୍ପକୁ ନେଇ ଔଷଧ ଯୁକ୍ତ ମଶାରୀ ଏକକାଳୀନ ବଂଟନ କରି ସାରିଛି ଜିଲ୍ଲା ପ୍ରଶାସନ ।