ମହିଳା ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ : ଚଳିତ ବର୍ଷର ବାର୍ତ୍ତା ରହିଛି ଚୁଜ୍-ଟୁ-ଚ୍ୟାଲେଞ୍ଜ ବା ଆହ୍ୱାନକୁ ଗ୍ରହଣ କରିବାର ଚ୍ୟାଲେଞ୍ଜ

ଏପଟେ ମହିଳା ଦିବସରେ ନାରୀତ୍ୱକୁ ଉତ୍ସବ ଭାବେ ପାଳନ କରିବାକୁ ଟ୍ରାନ୍ସଜେଣ୍ଡରଙ୍କ ଭିତରେ ଉତ୍ସାହ

427

କନକ ବ୍ୟୁରୋ : ଆଜି ଅର୍ନ୍ତଜାତୀୟ ମହିଳା ଦିବସ । ଚୁଜ୍-ଟୁ-ଚ୍ୟାଲେଞ୍ଜ ବା ଆହ୍ୱାନକୁ ଗ୍ରହଣ କରନ୍ତୁ, ଏହି ସ୍ଲୋଗାନ୍ ଦେଇ ଚଳିତବର୍ଷ ବିଶ୍ୱ ପାଳବ ମହିଳା ଆର୍ନ୍ତଜାତୀୟ ଦିବସ । ଠିକ୍ ଏମିତି ବେଳେ ଏଥିରେ ମହିଳା ଦିବସ ପାଳନକୁ ନେଇ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ବେଶ୍ ଉତ୍ସାହିତ । କାରଣ, ମହିଳାର ପରିଚୟ ଏବଂ ନାରୀତ୍ୱର ପରିଚୟ ନେଇ ଖୁବ୍ ଗର୍ବ କରନ୍ତି ଟ୍ରାନ୍ସଜେଣ୍ଡର । ମହିଳା ଦିବସ ଅବସରରେ ବେଶ ଉତ୍ସାହର ସହ ଏହି ଦିବସକୁ ପାଳନ କରିବାକୁ ଯାଉଛନ୍ତି ।

ଟ୍ରାନ୍ସଜେଣ୍ଡର । ନିଜର ସାମର୍ଥ୍ୟ ଓ ସାଧନା ବଳରେ ସମାଜରେ ନିଜକୁ ପ୍ରତିଷ୍ଠା କରିବାରେ ଆଉ ପଛରେ ନାହାଁନ୍ତି । ସରକାରୀ ଚାକିରିରୁ ସମାଜ ସେବା ସବୁ କ୍ଷେତ୍ରରେ ଏବେ ଆଗୁଆ ଆମ ଟ୍ରାନ୍ସଜେଣ୍ଡର । ମହିଳା ଭଳି ରୂପଚର୍ଯ୍ୟା, ଚାଲିଚଳଣ ଏବଂ ମହିଳାଟିଏ ସମାଜ ପ୍ରତିଥିବା ଦାୟୀତ୍ୱ ତୁଳାଉଥିବା ଟ୍ରାନ୍ସଜେଣ୍ଡରମାନେ ମହିଳା ଦିବସକୁ ନେଇ ବେଶ ଉତ୍ସାହିତ ।

ମହିଳାଙ୍କୁ ନେଇ ଗର୍ବ କରିବା ଏବଂ ନାରୀ ଭାବେ ନିଜର ପରିଚୟ ଦେବା ପାଇଁ ଟ୍ରାନ୍ସଜେଣ୍ଡରମାନେ ଖୁବ୍ ପସନ୍ଦ କରନ୍ତି । ସେଇଥି ପାଇଁ ତ ମହିଳା ଦିବସରେ ଆଗଧାଡ଼ିରେ ରହି, ବିଶ୍ୱ ମହିଳା ଦିବସକୁ ପାଳନ କରିବାକୁ ଯାଉଛନ୍ତି । ଟ୍ରାନ୍ସଜେଣ୍ଡର ଯେମିତି ମହିଳାର ପରିଚୟ ଦେଇ ବଂଚନ୍ତି, ଠିକ୍ ସେମିତି ମହିଳାର ସମ୍ମାନ ପାଇବାର ଆଶା ରଖନ୍ତି । ଆଉ ଏହାରି ଭିତରେ ବିଜ୍ଞାନର ବିକାଶ ଏବଂ ସମ୍ବିଧାନ ପ୍ରଦତ ଅଧିକାର ଟ୍ରାନ୍ସଜେଣ୍ଡରମାନଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନଧାରଣ କରିବାର ସୁଯୋଗ ଆଣି ଦେଇଛି ।