ଆଜି ଅନ୍ତର୍ଜାତୀୟ ମହିଳା ଦିବସ : ବିଶ୍ୱବ୍ୟାପୀ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ

554

କନକ ବ୍ୟୁରୋ: ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । କିଛି କିଛି କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବି ହୋଇଥାଏ ।

କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ । ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ଏଠାରେ ଏବେ ମଧ୍ୟ ଏହି ଦିନକୁ ସରକାରୀ ଛୁଟି ଭାବେ ପାଳନ କରାଯାଇଥାଏ । ଭାରତର କିଛି ସ୍ଥାନରେ ମହିଳାମାନେ ମୁଣ୍ଡ ଟେକି ପୁରୁଷଙ୍କ ସହ ହାତ ମିଶାଇ ଚାଲୁଥିବା ବେଳେ ଆଉ କିଛି ସ୍ଥାନରେ ମହିଳାମାନଙ୍କର ବଞ୍ଚିବା କଷ୍ଟକର ହୋଇ ପଡ଼ିଛି ।

ତେବେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ୱବାସୀ ଏହା ପ୍ରତିଜ୍ଞା କରିବା ଉଚିତ ଯେପରି ମନ୍ଦିରରେ ଭଗବାନଙ୍କୁ ସମ୍ମାନର ସହିତ ପୂଜା କରାଯାଉଛି, ସେହିପରି ଘରେ ଏବଂ ରାସ୍ତାରେ ସମସ୍ତ ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ଦିଆଯାଉ ।