ଋଷର ମସ୍କୋରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦଘାଟିତ । ଋଷର ରୋଜନେଫ୍ଟ ଭାରତରେ ୧୩ ବିଲିୟନ ଡଲାର କରିଛି ପୁଞ୍ଜିନିବେଶ ।

120

କନକ ବ୍ୟୁରୋ: ମସ୍କୋରେ ଉଦଘାଟିତ ହେଲା ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ । ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଓ ଋଷର ଡେପୁଟି ଉର୍ଜା ମନ୍ତ୍ରୀଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଛି । ତୈଳ ରାଷ୍ଟ୍ର୍ାୟତ୍ତ ଉଦ୍ୟୋଗ ଯଥା ଇଣ୍ଡିଆନ୍ ଅଏଲ୍, ଓଏନଜିସି ବିଦେଶ, ଗେଲ୍ , ଅଏଲ ଇଣ୍ଡିଆ ଏବଂ ନବରତ୍ନ କମ୍ପାନି ଇଆଇଲର ମିଳିତ ସହଯୋଗରେ ଏହି ଉର୍ଜା କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ ରାଷ୍ଟ୍ରାୟତ୍ତଉଦ୍ୟୋଗ ବ୍ୟବସାୟିତ ସୁଯୋଗ ପାଇବା ପାଇଁ କାର୍ଯ୍ୟ କରିବା ନିମନ୍ତେ ମସ୍କୋରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମସ୍କୋରେ ଉର୍ଜା କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ପ୍ରଥମ ଗୁରୁତ୍ୱାରୋପ କରିଥିଲେ । ଋଷର ବିଶାଲ ଉର୍ଜା କ୍ଷେତ୍ରରେ ଅଧିକ ସୁଯୋଗର ଅନ୍ୱେଷଣ ଯଥା, ଭାରତୀୟ ପ୍ରକଳ୍ପରେ ପୁଞ୍ଜିନିବେଶ ମିଳିବା. ପ୍ରଯୁକ୍ତି ବିଦ୍ୟାରେ ସହଯୋଗୀ ହେବା, ଦେଶର ଦକ୍ଷତାପୂର୍ଣ୍ଣ ମାନବ ସମ୍ବଳକାମ କରିବାର ସୁଯୋଗ ପାଇପାରିବା ଏହି କାର୍ୟ୍ୟାଳୟର ଲକ୍ଷ୍ୟ ଥିଲା । ମଙ୍ଗୋଲିଆରେ ଏକ ବିଶୋଧନାଗାର ନିର୍ମାଣ କରୁଥିବା ଇଆଇଏଲ ମଧ୍ୟ ଋଷରେ ଅନୁରୂପ ଭାବେ ପ୍ରକଳ୍ପ ପାଇବାର ସୁଯୋଗ ଲକ୍ଷ୍ୟରେ ଏହି କାର୍ୟ୍ୟାଳୟ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ଋଷର ଭାରତୀୟ ରାଷ୍ଟ୍ରଦୂତ ଭାରତ-ଋଷ ମଧ୍ୟରେ ଦ୍ବିପାକ୍ଷିକ ଉର୍ଜା ସମ୍ପର୍କକୁ ମଜଭୁତ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱକୁ କହିବା ସହ ସେପ୍ଟେମ୍ବରରେ ଭ୍ଲାଡିଭୋଷ୍ଟୋକ ଗ୍ରସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶାନୁସାରେ ରୋଡମ୍ୟାପ୍ ତିଆରି ହେବା ଉଫରେ ନିଜର ମତ ରଖିଥିଲେ । ଋଷର ଏହି ଭାରତୀୟ ରାଷ୍ଟ୍ରଦୂତ ଋଷ ସହିତ ଉର୍ଜା ସହଯୋଗକୁ ପରିଚାଳନା କରିବା, ଉର୍ଜା କାର୍ୟ୍ୟାଳୟ ସ୍ଥାପନ କରିବାର ଆଇଡିଆ ଏବଂ ରେକର୍ଡ ସମୟରେ କାର୍ୟ୍ୟାଳୟ ଖୋଲିବାକୁ ଦୃଢ଼ ସହଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ ।

ବିଗତ ୫ ବର୍ଷ ଭିତରେ ଭାରତର ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ କ୍ଷେତ୍ରରେ ଆମେରିକୀୟ ଟଙ୍କାରେ ୫.୫ ବିଲିୟନ ଡଲାର ପୁଞ୍ଜିନିବେଶ କରିଥିବାବେଳେ ଋଷ କମ୍ପାନି ରୋଜନେଫ୍ଟ ଭାରତରେ ୧୩ ବିଲିୟନ ଡଲାର ପୁଞ୍ଜିନିବେଶ କରିଛି । ବିଶେଷ ଭାବେ ଭାରତର ସର୍ବବୃହତ ବିଦେଶୀ ପ୍ରତ୍ୟେକ୍ଷ ବିନିଯୋଗ ହୋଇଥିବା ଏସାର ରିଫାଇନାରୀକୁ ଭାରତକୁ ଆଣିବାକୁ ଅଧିକ ପୁଞ୍ଜିନିବେଶ କରିଛି ରୋଜନେଫ୍ଟ । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ଏବଂ ଋଷ ମଧ୍ୟରେ ତୈଳ, ଗ୍ୟାସ ଏବଂ ଇସ୍ପାତ ଦ୍ୱି-ପାକ୍ଷିକ ସହଯୋଗ ନିମନ୍ତେ ୨୦୧୯ ମସିହା ଅଗଷ୍ଟ ମାସରେ ଏବଂ ୨୦୨୦ ମସିହା ଅକ୍ଟୋବର ମାସରେ ଋଷ ଗ୍ରସ୍ତ କରିଥିଲେ ।