ଧାନ ବିକ୍ରି କରିନପାରି ରାସ୍ତାରେ ଚାଷୀ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଭଣ୍ଡାରିପୋଖରୀ ଅଂଚଳର ଚାଷୀ ।

72

କନକ ବ୍ୟୁରୋ: ଧାନ ବିକ୍ର କରି ନପାରି ରାସ୍ତାରେ ଚାଷୀ । ସେବା ସମବାୟ ସମିତିରେ ଟୋକନ ଅବଧି ଭିତରେ ଧାନ ବିକ୍ରି କରି ପାରିଲେ ନାହିଁ ଆଉ ଟୋକନ ଅବଧି ସରିଯିବା ପରେ ରାସ୍ତା ଉପରେ ଧାନ ଗାଡି ରଖି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ପଂଚାୟତର ଚାଷୀ । ସେପଟେ ଟାର୍ଗେଟ ନଥିବା କହି ନିଜ ମୁଣ୍ଡରୁ ସବୁ ଦୋଷ ଛଡେଇ ଦେଉଛନ୍ତି ସେବା ସମବାୟ ସମିତି କର୍ତୃପକ୍ଷ । ତେବେ ଯଦି ଟାର୍ଗେଟ ନଥିଲା ତେବେ ଚାଷୀଙ୍କୁ କାହିଁକି ଟୋକନ ଦିଆଯାଉଛି । ଯଦି ଟୋକନ ଦିଆଯାଉଛି, ତେବେ ସେମାନଙ୍କ ଧାନ କାହିଁକି କିଣା ହେଉନାହିଁ ସେନେଇ ପ୍ରଶ୍ନ ଉଠି । ଅନ୍ୟପଟେ ଧାନ ବିକ୍ରି କରିବା ଦାବିରେ ଚାଷୀମାନେ ରାସ୍ତାରୋକ କରିଥିବା ବେଳେ ପୁଲିସ ପହଂଚି ବୁଝାସୁଝା କରିଛି ।