କୁମ୍ଭରେ କେଉଁ ରାଜା ଲଗାତାର ୭୫ଦିନ ପର୍ଯ୍ୟନ୍ତ ଦାନ କରିଥିଲେ ? ଜାଣନ୍ତୁ ସେହି ମହାନ ରାଜାଙ୍କ ବିଷୟରେ. . .

184

ଉତ୍ତର ପ୍ରଦେଶ ସଙ୍ଗମ ନଗରୀ ପ୍ରୟାଗରାଜରେ କୁମ୍ଭ ମେଳା ଚାଲୁଛି । ଏହି ମହାପର୍ବରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିଦିନ ପହଂଚୁଛନ୍ତି । ବିଶେଷ କରି ସାହି ସ୍ନାନ ଦିନ ଲକ୍ଷ ଲକ୍ଷ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ ପକାନ୍ତି । କୁମ୍ଭ ମେଳା କେବେଠାରୁ ଆରମ୍ଭ ହୋଇଛି ଏହି କଥା ବହୁତ କମ୍ ଲୋକ ଜାଣିଥିବେ । କେଉଁ ରାଜା ନିଜର ସବୁକିଛି ଦେଇ କୁମ୍ଭର ଆରମ୍ଭ କରିଥିଲେ ? ମାନ୍ୟତା ଅଛି ଯେ, ୫୯୦-୬୪୭ ଖ୍ରୀଷ୍ଟାଦ୍ଦ ସମୟରେ ପ୍ରାଚୀନ ଭାରତର ଏକ ହିନ୍ଦୁ ସମ୍ରାଟ ଥିଲେ । ସେ କନୌଜକୁ ନିଜର ରାଜଧାନୀ କରି ପୁରା ଉତ୍ତର ଭାରତକୁ ଏକ ସୂତ୍ରରେ ବାନ୍ଧିଥିଲେ । ନିଜ ଶାସନକାଳରେ ସେ ନିଜ ପ୍ରଜାଙ୍କ ବହୁତ ସେବା କରିଥିଲେ ଓ ଆହ୍ଲାବାଦ(ବର୍ତ୍ତମାନ ପ୍ରୟାଗରାଜ) ରେ ଅନେକ ଦାନ ଦେଇଥିଲେ । ମାନ୍ୟତା ଅଛି ଯେ, କୁମ୍ଭ ସମୟରେ ଏହି ରାଜା ଲଗାତାର ୭୫ ଦିନ ପର୍ଯ୍ୟନ୍ତ ଦାନ କରିଥିଲେ ଏବଂ ସେପର୍ଯ୍ୟନ୍ତ ଦାନ କଲେ ଯେପର୍ଯ୍ୟନ୍ତ ତାଙ୍କ ପାଖରେ ଥିବା ସବୁ କିଛି ଶେଷ ହୋଇନଯାଇଛି । ଜାଣନ୍ତି କି ସେହି ମହାନ ରାଜାଙ୍କ ନାମ କ’ଣ ?

ରାଜା ହର୍ଷବର୍ଦ୍ଧନ ପ୍ରାଚୀନ ଭାରତରେ ୬୦୬ରୁ ୬୪୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜା ଥିଲେ । ସେ ୫ବର୍ଷରେ ଥରେ ପ୍ରୟାଗରାଜରେ ଧର୍ମସଭା କରୁଥିଲେ । ସେ କୁମ୍ଭ ଅବସରରେ ସେଠାରୁ ହିଁ ରାଜ୍ୟର ପରିଚାଳନା କାମ ମଧ୍ୟ କରୁଥିଲେ । କୁମ୍ଭ ସମୟରେ ରାଜା ହର୍ଷବର୍ଦ୍ଧନଙ୍କ ସବୁଠାରୁ ବିଶେଷ କଥା ଏହା ଥିଲା ଯେ, ସେ ନିଜର ପୁରା ରାଜକୋଷ ଏହି ମେଳାରେ ଅଭାବୀଙ୍କୁ ଦାନ କରିଦେଉଥିଲେ । ରାଜା ହର୍ଷବର୍ଦ୍ଧନ ହିଁ ଅର୍ଦ୍ଧକୁମ୍ଭ ମେଳାର ପରମ୍ପରା ଆରମ୍ଭ କରିଥିଲେ । ଯାହାର ଆୟୋଜନ ଏହି ବର୍ଷ ୨୦୧୯ରେ ପ୍ରୟାଗରାଜରେ ଜାରି ଅଛି, ୪ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ । ଅର୍ଦ୍ଧକୁମ୍ଭ ଅର୍ଥାତ୍ ସେହି ମେଳା ଯାହାର ଆୟୋଜନ ୬ବର୍ଷ ଅନ୍ତରାଳରେ ହୋଇଥାଏ । ରାଜା ହର୍ଷବର୍ଦ୍ଧନ ୫ବର୍ଷରେ ଥରେ ଯେଉଁ ଧାର୍ମିକ ସମାରୋହର ଆୟୋଜନ କରୁଥିଲେ ତାହାର ନାଁ ମହାମୋକ୍ଷ ଥିଲା ।

ରାଜା ହର୍ଷବର୍ଦ୍ଧନ ଦୁଇ ପ୍ରକାରର ଦାନ କରୁଥିଲେ । ଗୋଟିଏ କି, ସେ ଦାନ ସମାରୋହ ଆୟୋଜନ କରି ସେଥିରେ ଦାନ ଦେଉଥିଲେ । ଏବଂ ଅନ୍ୟଟି ସେ ନିଜ ଆୟକୁ ୪ ସମାନ ଭାଗରେ ବାଣ୍ଟୁଥିଲେ । ଯାହା ସାହି ପରିବାର ପାଇଁ, ସେନା/ ପ୍ରଶାସନ ପାଇଁ, ଧର୍ମ ନାମରେ ଓ ଗରୀବଙ୍କ ପାଇଁ ।