ଗତ ୨୪ ଘଂଟାରେ ଦେଶରେ ୩୫,୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୪୦ ଜଣଙ୍କ ମୃତ୍ୟୁ

54

କନକ ବ୍ୟୁରୋ : ଦେଶରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୫,୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ସଂକ୍ରମଣରେ ୪୪୦ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୨୨,୮୫,୮୫୭ ରେ ପହଂଚିଛି ।

ଅନ୍ୟପଟେ ଦେଖିବାକୁ ଗଲେ ଗତ ୨୪ ଘଂଟାରେ ୩୭,୧୬୯ ଜଣ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୩,୧୪,୮୫,୯୨୩ କୁ ବୃଦ୍ଧି ପାଇଛି । ଏହାସହ ଏବେ ଦେଶରେ ୩,୬୭,୪୧୫ ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

ଯଦି କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ହିସାବ କରାଯିବ ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ସାରା ଦେଶରେ ୪,୩୨,୫୧୯ ଜଣ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

ସେପଟେ କରୋନା ବିରୋଧୀ ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନ ଉପରେ ନଜର ପକାଇଲେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୫,୦୫,୦୭୫ ଜଣ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ମୋଟ ୫୬,୦୬,୫୨,୦୩୦ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।