ଆଫଗାନିସ୍ତାନରେ ତାଲିବାନ ବିରୋଧରେ ବଢିଲା ବିରୋଧ : କାବୁଲରେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କଲେ ମହିଳା; ଉଚିତ ଅଧିକାର ଦେବାକୁ କଲେ ଦାବି

254

କନକ ବ୍ୟୁରୋ : ଆଫଗାନିସ୍ତାନ କବଜା ପରେ ତାଲିବାନି ନିଜ ଛବି ସୁଧାରିବାକୁ ଉଦ୍ୟମ କରିଛି । ସରକାରୀ କର୍ମଚାରୀଙ୍କୁ ବିଶ୍ୱାସର ସହ ଅଫିସ ଆସିବାକୁ କହିଛି ତାଲିବାନ । କିନ୍ତୁ ତାଲିବାନ କଥାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ତାଲିବାନ ବିରୋଧରେ ରାଜରାସ୍ତାକୁ ଓହ୍ଳାଇ ଆସିଛନ୍ତି ମହିଳା । କାବୁଲରେ ୪ ଜଣ ମହିଳା କଳା ପୋଷାକ ପିନ୍ଧି ତାଲିବାନ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଏଭଳି ପ୍ରଦର୍ଶନ ପ୍ରଥମ ବୋଲି କୁହାଯାଉଛି ।

ସେମାନଙ୍କ ଦାବି ହେଲା, ଆଫଗାନିସ୍ତାନରେ ମହିଳାଙ୍କୁ ଉଚିତ ଅଧିକାର ଦିଆଯାଉ । ଆଫଗାନିସ୍ତାନରେ ତାଲିବାନ ବିଦ୍ରୋହୀ ମହିଳାଙ୍କୁ ଅତ୍ୟାଚାର କରିବାର ଅନେକ ଚିତ୍ର ସାମ୍ନାକୁ ଆସିଛି । ଏଥିପାଇଁ ତାଲିବାନ ବଦନାମ ବି ହୋଇଛି । ଏବେ ଆଫଗନିସ୍ତାନ ଦଖଲ ପରେ ସବହୁଠାରୁ ଭୟ ଓ ଆତଙ୍କ ଭିତରେ ଅଛନ୍ତି ଆଫଗାନ ମହିଳା । ସେମାନଙ୍କ ଉପରେ ପୁଣିଥରେ କଠୋର ଇସଲାମ ନିୟମ ତାଲିବାନ ଲାଗୁ କରିପାର ବୋଲି ସେଠାକାର ମହିଳାମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଆଉ ଏହାରି ଭିତରେ ବଢିଛି ତାଲିବାନଙ୍କ ବିରୋଧରେ ମହିଳାଙ୍କ ପ୍ରଦର୍ଶନ ।