ମରିୟମଙ୍କୁ ନେଇ ଇମ୍ରାନଙ୍କ ଟିପ୍ପଣୀ । ଶାହାବାଜ ସରିଫ କହିଲେ ଦୁଃଖଦାୟକ ।

173

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପିଏମଏଲ-ଏନର ଉପାଧ୍ୟକ୍ଷ ମରିୟମ ନୱାଜଙ୍କ ବିରୋଧରେ ଇମ୍ରାନ ଖାନଙ୍କ ଆପତ୍ତିଜନକ ଟିପ୍ପଣୀର ନିନ୍ଦା କରିଛନ୍ତି । ଇମ୍ରାନଙ୍କ ଟିପ୍ପଣୀର ନିନ୍ଦା କରିବା ସହ ଶାହାବାଜ କହିଛନ୍ତି, ସାରା ଦେଶରେ ମହିଳା ଇମ୍ରାନଙ୍କୁ ବିରୋଧ କରିବା ଦରକାର ବୋଲି ସେ କହିଛନ୍ତି । ଟ୍ୱିଟ କରି ସେ କହିଛନ୍ତି, ଦେଶ ବିରୋଧରେ ଆପଣଙ୍କ ଅପରାଧ ଲୁଚାଯାଇପାରିବା ନାହିଁ । ଯେଉଁମାନେ ମସଜିଦ-ଏ-ନବୀର ପବିତ୍ରତାକୁ ସମ୍ମାନ କରିପାରିନପାରନ୍ତି ସେ କୌଣସି ମାଆ, ଭଉଣୀ ଓ ଝିଅଙ୍କୁ କେମିତି ସମ୍ମାନ କରିବେ ବୋଲି ଆଶା କରିବା ।

ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ମଧ୍ୟ ମରିୟମଙ୍କ ବିରୋଧରେ ହୋଇଥିବା ଟିପ୍ପଣୀର ନିନ୍ଦା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ‘ମୋତେ ଏ କଥା ନେଇ ଲଜ୍ଜା ଲାଗୁଛି, ଯେ କେବେ ମୁଁ ଏହି ବ୍ୟକ୍ତି ସହ ଜଡିତ ଥିଲି । ଭୁଟ୍ଟୋ-ଜଦ୍ଦାରୀଙ୍କ ଶାଳିନତା ଦେଖିବା ନା ୭୦ ବର୍ଷୀୟ ବୃଦ୍ଧର ଅଭଦ୍ରାମୀ ଦେଖିବା । ନିଜ ଘରର ମହିଳାଙ୍କ ଇଜ୍ଜତ କରନ୍ତି ନା ଅନ୍ୟ ଘରର ମହିଳାଙ୍କ ଇଜ୍ଜତ ଏହିଭଳି ବ୍ୟକ୍ତି କରନ୍ତି ।

ପାକିସ୍ତାନ ତେହେରିକେ-ଇନସାଫର ଅଧ୍ୟକ୍ଷ ଇମରାନ ଖାନ ମୁଲତାନର ରାଲିକୁ ସମ୍ବୋଧନ କରିବା ବେଳେ କହିଥିଲେ, ‘ ମରିୟମ ଯେତେ ଦୃଢତାର ସହ ମୋର ନାଁ ନେଇଛନ୍ତି, ମୁଁ ତାଙ୍କୁ କହିବା ପାଇଁ ଚାହୁଁଛି କି ମରିୟମ ଦୟାକରି ଧ୍ୟାନ ଦିଅନ୍ତୁ । ଏଥିରେ ଆପଣଙ୍କ ସ୍ୱାମୀ ଅସୁବିଧାରେ ପଡିବେ ନାହିଁ । ବାରମ୍ବାର ଆପଣ ମୋର ନାଁ ନେଉଛନ୍ତି । ତାଙ୍କ ଭାଷଣର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇମରାନଙ୍କ ଏହି ଟିପ୍ପଣୀ ପରେ ଅନେକ ରାଜନେତା, ସାମ୍ବାଦିକ ଓ ସାଧାରଣ ଲୋକ ଏହାର ଘୋର ନିନ୍ଦା କରିଛନ୍ତି । ଇମରାନ ଖାନଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ କହିଛନ୍ତି ପିଟିଆଇ ଅଧ୍ୟକ୍ଷଙ୍କ ଦ୍ୱାରା ବାବହାର ହୋଇଥିବା ଶବ୍ଦ ଅପମାନଜନକ । ଯେଉଁ ବ୍ୟକ୍ତିଙ୍କ ଘରେ ମାଆ, ଭଉଣୀ ଥିବେ ସେ ଅନ୍ୟ ମହିଳାଙ୍କ ପ୍ରତି ଏଭଳି ଭାଷାର ବ୍ୟବହାର କରିବେ ନାହିଁ । ରାଜନୀତି ନାଁରେ ଏଭଳି ତଳକୁ ଖସିବା ଉଚିତ ନୁହେଁ ।