ବିଦେଶରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ ଏପରି କଥା…

117

କନକ ବ୍ୟୁରୋ: ଜନସାଧାରଣଙ୍କ କଥା ଶୁଣିବା ଜଣେ ଶାସକର କର୍ତ୍ତବ୍ୟ । ହେଲେ ଭାରତରେ ଆମ ପ୍ରଧାନମନ୍ତ୍ରୀ ମୋଦୀଜୀ କାହାରି କଥା ଶୁଣନ୍ତି ନାହିଁ । ଲଣ୍ଡନରେ ଆୟୋଜିତ ‘ଆଇଡିଆଜ୍ ଫର୍ ଇଣ୍ଡିଆ’ ସମ୍ମିଳନୀରେ ଏପରି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

‘ପ୍ରଧାନମନ୍ତ୍ରୀଙ୍କର ‘ମୁଁ ଶୁଣିବାକୁ ଚାହେଁ’ ମନୋବୃତ୍ତି ରହିବା ଉଚିତ । ଏହି କଥାରୁ ହିଁ ବାସ୍ତବତାର ପରିପ୍ରକାଶ ଘଟେ । ହେଲେ ଆମ ପ୍ରଧାନମନ୍ତ୍ରୀ କାହାରି କଥା ଶୁଣନ୍ତି ନାହିଁ’ବୋଲି କହିଛନ୍ତି ରାହୁଲ । ସମ୍ମିଳନୀରେ ନିଜର ମନ୍ତବ୍ୟ ରଖିବା ସମୟରେ ରାହୁଲ ବିଜେପି ଓ ଆରଏସଏସକୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାଁନ୍ତି । ସେ କହିଛନ୍ତି ‘ସମସ୍ତେ ଭାବନ୍ତି ଭାରତ ହେଉଛି ସରକାର ଓ ଜନତାଙ୍କ ମଧ୍ୟରେ ଏକ ବୁଝାମଣା । କିନ୍ତୁ ବିଜେପି ଓ ଆରଏସଏସ ଭାବୁଛନ୍ତି ଭାରତ ଗୋଟିଏ ଭୂଗୋଳ । ଏହି ଭୂଗୋଳ ହେଉଛି ଗୋଟିଏ ସୁନା ଚଢେଇ,ଯାହାର ଲାଭ କର୍ମକୁ ଅଳ୍ପ କେତେ ଜଣଙ୍କ ମଧ୍ୟରେ ବଣ୍ଟାଯିବା ଉଚିତ । ଏହାକୁ ନେଇ ଦେଶରେ ସୃଷ୍ଟି ହେଉଛି ବିବାଦ’ ବୋଲି ରାହୁଲ କହିଛନ୍ତି ।