ବନ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ : ଗଂଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ରିଲିଫ ନେଇ ବାଣ୍ଟୁୁଛି ତିନି ହେଲିକପ୍ଟର

43

କନକ ବ୍ୟୁରୋ : ଆସିକା ଓ ଅନ୍ୟ ପ୍ରଭାବିତ ଅଂଚଳରେ ଆକାଶ ମାର୍ଗରୁ ରିଲିଫ୍ ବଂଟନ ଆରମ୍ଭ ହୋଇଛି । ଏଥିପାଇଁ ଗଂଜାମ ରଙ୍ଗେଇଲୁଣ୍ଡାଠାରେ ତିନିଟି ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ଏହି ହେଲିକପ୍ଟର ଗୁଡିକ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ରିଲିଫ ପ୍ୟାକେଟ ନେଇ ପ୍ରଭାବିତ ଅଂଚଳକୁ ଯାଉଛନ୍ତି । ପ୍ରତି ପୁଡିଆରେ ୩କେଜି ଓଜନର ଚୁଡା, ଅଧା କେଜି ଓଜନର ଗୁଡ, କ୍ୟାଣ୍ଡେଲ ଓ ଦିଆସିଲ୍ ରହିବ ।

ରିଲିଫ କାମ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ଗତକାଲିଠୁ ପ୍ରସ୍ତୁତି ଆରମ୍ଭ କରି ସାରିଥିଲା । ପୂର୍ବରୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ରିଲିଫ ବଂଟନ ପାଇଁ ହେଲିକପ୍ଟର ମାଗିଥିଲେ । ଫଳରେ ବିଶାଖାପାଟଣା ଏୟାରବେସ୍ରୁ ହେଲିକପ୍ଟର ଆସିଥିଲା । ତିତଲି ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି । ଏହା ବହୁ ଅଂଚଳ ପାଣିଘେରରେ ରହିଛି ।

ସେପଟେ ଆଜି ତିତଲି ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିି ଆକାଶ ମାର୍ଗରେ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିବେ । ଆକାଶ ମାର୍ଗରୁ ବନ୍ୟା ଅଂଚଳ ବୁଲି ଦେଖିବେ ନବୀନ । ସେହିପରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ କନ୍ଧମାଳ ଯାଇ ରିଲିଫ୍ ବଂଟନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୁôଜାରୀ ଓ ସୁଶାନ୍ତ ସିଂ ପ୍ରଭାବିତ ଜିଲ୍ଲାକୁ ଗସ୍ତ କରିବେ । ଗଂଜମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ୩ ମନ୍ତ୍ରୀ । ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରିବ ଏହି ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି । ସେମାନେ ଏନେଇ ତିନି ମନ୍ତ୍ରୀ ଦକ୍ଷିଣ ଓଡିଶା ଗସ୍ତ କରିଛନ୍ତି