ଅକ୍ଟୋବର ପହିଲା ଯାଏ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ସମ୍ଭାବନା

21

କନକ ବ୍ୟୁରୋ  : ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ପହିଲା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଉତର ପ୍ରଦେଶରୁ ମଧ୍ୟ ପ୍ରଦେଶ ଦେଇ ତେଲେଙ୍ଗାନା ମଧ୍ୟରେ ସୃଷ୍ଟି ହୋଇଛି ଏକ ଟ୍ରଫ ଲାଇନ। ଏହା ବଙ୍ଗୋପସାଗରରୁ ଜଳୀୟବାଷ୍ପ ଶୋଷି ନେଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ମୈାସୁମୀ ପ୍ରବାହ ଅଧିକ କ୍ରିୟାଶୀଳ ହୋଇଛି।

ଆଗାମୀ ୨୪ ଘଂଟାରେ ଉପକୂଳ, ୨୯ ତାରିଖରେ ଉତର, ୩୦ ରେ ଉପକୂଳ, ଏବଂ ୧ରେ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମୋଟାମୋଟି ଭାବେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ବର୍ଷିବାର ସମ୍ଭାବନା ରହିଛି। କିନ୍ତୁ ୨ ତାରିଖ ଆଡକୁ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।