ଅନଲାଇନରେ ଅର୍ଡର କଲେ ଲାପଟପ୍ ,ମିଳିଲା ଲୁଗା ସଫା ସାବୁନ୍ । କମ୍ପାନୀ କହିଲା ‘NO RETURN POSSIBLE’

2,382

କନକ ବ୍ୟୁରୋ: ଏବେ ପାର୍ବଣ ପାଇଁ ଅନଲାଇନ୍ ସଫିଂ ଜୋରଦାର ଚାଲିଛି । ବିଭିନ୍ନ କମ୍ପାନୀ ଗୁଡିକୁ ଆକର୍ଷଣୀୟ ଡିସକାଉଣ୍ଟ ସହ କ୍ୟାସବ୍ୟାକ୍ ଅଫର ବି ଦେଉଛନ୍ତି । ହେଲେ ୟା ଭିତରେ ବି କେହି ଗ୍ରାହକ ସାଙ୍ଘାତିକ୍ ଠକେଇର ଶିକାର ହେଉଥିବା ଜଣାପଡିଛି ।

ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦ୍ ଆଇଆଇଏମର ଛାତ୍ର ଯଶସ୍ୱୀ ଶର୍ମା ସହ । ଏକ ଅନଲାଇନ ସଫିଂରେ ଲାପଟପ୍ ମଗାଇଥିଲେ । ପାର୍ସଲ ତ ଆସିଲା ହେଲେ ଲାପଟପ୍ ଆସିଲାନି । ପାର୍ସଲ ଭିତରେ ଆସିଲା ଲୁଗାସଫା ସାବୁନ୍ । ପ୍ୟାକେଟ୍ ଖୋଲିବାରୁ ବାହାରିଲା ୪ଟି ଘଡି ଡିଟରଜେଣ୍ଟ ସାବୁନ୍ ।

ଏନେଇ ଗ୍ରାହକ ଯଶସ୍ୱୀ କମ୍ପାନୀକୁ ରିଟର୍ଣ୍ଣ ନେବାକୁ କହିଥିଲେ ବି କମ୍ପାନୀର ଉତ୍ତର ତାଙ୍କୁ ଆହୁରି ବିରକ୍ତ କରିଥିଲା । କମ୍ପାନୀ ସିଧାସଳଖ କହିଥିଲା ‘NO RETURN POSSIBLE’