ହିମାଚଳ ପ୍ରଦେଶରେ ବର୍ଷାର କରାଳ ରୂପ: ଗୋଟିଏ ପରିବାରର ୬ ସଦସ୍ୟଙ୍କ ସହ ୧୬ ମୃତ, ୫ ନିଖୋଜ

126

କନକ ବ୍ୟୁରୋ: ହିମାଚଳପ୍ରଦେଶରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ଗତ ୪୮ ଘଣ୍ଟାରେ ବାଦଲଫଟା ବର୍ଷା, ସାଙ୍ଗକୁ ଭୂସ୍ଖଳନ ଏଠିକାର ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଫଳରେ ୧୬ଜଣଙ୍କର ମୃତ୍ୟୁ ହେବା ସହ ୧୬ ଆହତ ହୋଇଛନ୍ତିଏବଂ ୫ଜଣ ନିଖୋଜ ଥିବା ଜଣାପଡିଛି ।

ଦୁଃଖର କଥା ହେଉଛି ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୬ସଦସ୍ୟ ଅଛନ୍ତି । ସିରମୌରର ରୋନାହଟ୍ ଇଲାକାରେ ଭୁସ୍ଖଳନ ହେବା ଯୋଗୁଁ ଏକ ଘର ଉପରେ ମାଟି ଅତଡା ଖସିପଡିଥିଲା । ଫଳରେ ଏହି ପରିବାରର ସ୍ୱାମୀ, ସ୍ତ୍ରୀ ତାଙ୍କର ୩ ପିଲା ଓ ଜଣେ ସମ୍ପର୍କୀୟ ଶିଶୁର ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେବା ଯୋଗୁଁ କିଛି ଲୋକଙ୍କର ପତ୍ତା ମିଳୁନଥିବାବେଳେ ଅନେକ ଯାନବାହାନ ଭାସିଯାଇଛି । ଲୋକେ ଏଠାରେ ଭୟଭୀତ ଅବସ୍ଥାରେ ଅଛନ୍ତି ।