ପାକିସ୍ତାନକୁ ଘାରିଛି ଭାରତ ଭୟ ! ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କ’ଣ ହେବ ସ୍ଥିତି ? ମତ ରଖିଲେ ପରଭେଜ୍ ମୁସାରଫ୍ ।

625

କନକ ବ୍ୟୁରୋ : ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ବୟାନ । ଦୁବାଇରେ ଏକ ସାମ୍ବାଦିକ ସମ୍ବିଳନୀ କରି ମୁସାରଫ୍ କହିଛନ୍ତି, ଭାରତ-ପାକିସ୍ତାନ ସଂପର୍କ ଅତି ବିପଦପୂର୍ଣ୍ଣ ସ୍ତରରେ ପହଂଚିଛି । ଆଉ ଯଦି ପାକିସ୍ତାନ, ଭାରତ ଉପରେ ଗୋଟିଏ ପରମାଣୁ ବୋମା ପକାଏ ତେବେ ଭାରତ, ପାକିସ୍ତାନ ଉପରେ ୨୦ଟି ଆଣବିକ ବୋମା ପକାଇବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍, ଭାରତକୁ କଡ଼ା ଜବାବ୍ ଦେବା ନେଇ ଫୁଟାଣୀ ମାରୁଥିବା ବେଳେ ପରଭେଜ୍ ମୁସାରଫଙ୍କ ବୟାନ୍ ପାକିସ୍ତାନ ଭୟର ହିଁ ସୂଚନା ଦେଉଛି ।

ପାକିସ୍ତାନକୁ ଘାରିଛି ଭାରତ ଭୟ । ପାକ୍ ଆଖିରୁ ହଜିଯାଉଛି ନିଦ । କଥା କଥାକେ ପରମାଣୁ ବୋମାର ଧମକ୍ ଦେଉଥିବା ପାକିସ୍ତାନକୁ ଘାରିଛି ସେହି ପରମାଣୁ ବୋମାର ଭୟ । ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, କ’ଣ ହେବ ପରିଣତି, ତାର ଆକଳନ କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ୍ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ।

ଦୁବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସାରଫ୍ କହିଛନ୍ତି, ଯଦି ପାକିସ୍ତାନ, ଭାରତ ଉପରେ ଗୋଟିଏ ପରମାଣୁ ବୋମା ପକାଏ ତେବେ ଭାରତ ପାକିସ୍ତାନ ଉପରେ ୨୦ଟି ଆଣବିକ ବୋମା ଫୁଟାଇବ । ଏଭଳି ସ୍ଥିତିରେ ପାକିସ୍ତାନକୁ ପ୍ରଥମରୁ ହିଁ ୫୦ଟି ବୋମା ପକାଇଲେ, ଭାରତର ୨୦ଟି ବୋମା କୌଣସି କାମରେ ଆସିବ ନାହିଁ । ପ୍ରଶ୍ନ ହେଉଛି, ଆମେ କ’ଣ ୫୦ଟି ବୋମା ପକାଇବା ପାଇଁ ପ୍ରସ୍ତୁତ କି?

ଇମ୍ରାନଙ୍କ ଫୁଟାଣୀ, ମୁସାରଫଙ୍କ ଭୟ । ପାଦେ ପାଦେ ପାକିସ୍ତାନକୁ ବିପଦ । ଦୁବାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରଭେଜ୍ ମୁସାରଫ୍ ଆହୁରି କହିଛନ୍ତି, ଭାରତ- ପାକିସ୍ତାନ ସଂପର୍କ ଅତି ବିପଦପୂର୍ଣ୍ଣ ସ୍ତରରେ ପହଂଚିଛି । ତେବେ ଯଦି ଯୁଦ୍ଧ ହୁଏ, ଆଣବିକ ଆକ୍ରମଣ ହେବ ନାହିଁ । ପୁଲୱାମା ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ଚରମ ସ୍ତରରେ ପହଂଥିବାବେଳେ କୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଆଉ ଏଭଳି ସ୍ଥିତିରେ ଭାରତର କଠୋର ଆଭିମୁଖ୍ୟ ପାକିସ୍ତାନର ନିଦ ହଜାଇ ଦେଇଛି ।