ଆଇସିସି ଟି-୨୦ କ୍ରିକେଟର ଅଫ ଦି ଇୟର: ପାକିସ୍ତାନର ଏହି ଖେଳାଳି ହେଲେ ୨୦୨୧ର ଶ୍ରେଷ୍ଠ ଟି-୨୦ ଖେଳାଳି

97

କନକ ବ୍ୟୁରୋ: ଆଇସିସି ୨୦୨୧ ପାଇଁ ଆୱାର୍ଡର ଘୋଷଣା ହୋଇଛି । ଆଜି ଟି-୨୦ କ୍ରିକେଟର ଅପ ଦ ଇୟରର ବିଜେତାଙ୍କ ନାଁ ଘୋଷଣା କରିଛି ଆଇସିସି । ପାକିସ୍ତାନର ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନଙ୍କୁ କ୍ରିକେଟର ଅଫ ଦ ଇୟର ଭାବେ ଘୋଷଣା କରାଯାଇଛି । ସେହିପରି ଟି-୨୦ ମହିଳା କ୍ରିକେଟ ଅଫ ଦ ଇୟର ଭାବେ ଇଂଲଣ୍ଡର ଟାମି ବ୍ୟୁମାଣ୍ଟଙ୍କ ନାଁ ଘୋଷଣା ହୋଇଛି ।

୨୦୨୧ରେ ମହମ୍ମଦ ରିଜୱାନ ଚମତ୍କାର ପ୍ରଦର୍ଶନ କରିଥିଲେ । ଦ୍ୱିପାକ୍ଷିକ ସିରିଜ ହେଉ କି ଟି-୨୦ ବିଶ୍ୱକପ ସବୁଥିରେ ତାଙ୍କ ବ୍ୟାଟ ଚାଲୁଥିଲା । ସେ ୨୦୨୧ରେ ସେ ମୋଟ ୨୯ଟି ମ୍ୟାଚ ଖେଳିଥିବା ବେଳେ ୧୩୨୬ ରନ କରିଥିଲେ । ଯେଉଁଥିରେ ତାଙ୍କ ଆଭରେଜ ୭୩.୬୬ ରହିଥିଲା । ରିଜୱାନ ୨୦୨୧ ଟି-୨୦ ବିଶ୍ୱକପରେ ଶତକ ମଧ୍ୟ ହାସଲ କରିଥିଲେ । ପୂରା ବର୍ଷ ରେକର୍ଡ ଭଲ ରହିଥିବାରୁ ତାଙ୍କୁ ୨୦୨୧ର କ୍ରିକେଟର ଅଫ ଦ ଇୟର ଘୋଷଣା କରାଯାଇଥିଲା ।