ସ୍ଲିମ୍‌ ହେବା ପାଇଁ ଆଉ ଯିବାକୁ ପଡିବନି ଜିମ୍‌ ! ଆପଣାନ୍ତୁ ଏହି ସରଳ ତଥା ଘରୋଇ ଉପାୟ

156

ସ୍ଲିମ୍‌ ହେବାକୁ ବା ସୁନ୍ଦର ଦେଖା ଯିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ହେଲେ ଏଥିରେ ବାଧକ ସାଜିଥାଏ ମୋଟାପଣ । ହେଲେ କେମିତି ଓଜନ କମିବ ସେଥିପାଇଁ କରିବାକୁ ପଡିଥାଏ ଅନେକ ପରିଶ୍ରମ ଆଉ ଉପାୟ । ପ୍ରିୟ ଖାଦ୍ୟକୁ ଗୁଡ୍‌ ବାୟ କହିବାକୁ ପଡେ । ନିତି ସକାଳୁ ଜିମରେ କସରତ୍‌ କରିବାକୁ ପଡେ । ଏମିତି କିଛି ଦିନ ଚଳିଲା ପରେ ଯାଇ ପରଫେକ୍ଟ ଲୁକ୍‌ ମିଳେ ବୋଲି ଅନେକଙ୍କ ବିଶ୍ୱାସ । ହେଲେ ଆମେ ଆପଣଙ୍କ ଏମିତି କିଛି ଜିନିଷ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର ଯୋଗୁ ଆପଣଙ୍କୁ ଆଉ ଜିମ୍‌ ଯିବାକୁ ପଡିବନି କି ପ୍ରିୟ ଖାଦ୍ୟରୁ ଦୂରେଇ ରହିବାକୁ ପଡିବନି । ଆଉ ଏମିତିରେ ଅତି ସରଳ ଉପାୟରେ ଆପଣ ପରଫେକ୍ଟ ଲୁକ୍‌ ପାଇ ପାରିବେ ।

ଦିନକୁ ୩/୪ ଲିଟର ପାଣି : ସାଧାରଣତଃ ଖାଦ୍ୟରୂଚିରେ ପରିବର୍ତ୍ତନ, ଜିମରେ କସରତକୁ ଛାଡି ପ୍ରତିଦିନ ଆବଶ୍ୟକୀୟ ପରିମାଣର ପାଣି ପିଇବା ଜଣେ ସୁସ୍ଥ ମଣିଷ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଦିନକୁ ପ୍ରାୟ ୩ ରୁ ୪ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର କେବେ ବି ମେଦ ବହୁଳତାର ଶିକାର ହେବନାହିଁ ।

ପଇଡ଼ ପାଣି : ଭାରତୀୟମାନଙ୍କ ପାରମ୍ପରିକ ଖାଦ୍ୟ ସାରଣୀରେ ପଇଡ଼ ଏକ ସାଧାରଣ ନାଁ । ହେଲେ ପଇଡ ପାଣି ଯେ, ବହୁତ ଉପକାରୀ ତାହା କେତେକ ହୁଏତ ଜାଣି ନ ଥିବେ । ପଇଡ ପାଣି ପିଇବା ଦ୍ୱାରା ପେଟ କମିବା ସହ ଶରୀରରେ ଫ୍ୟାଟର ପରିମାଣ ଧୀରେ ଧୀର ସନ୍ତୁଳିତ ଅବସ୍ଥାକୁ ଚାଲି ଆସିଥାଏ ।

ହଳଦୀ ମିଶ୍ରିତ ଲେମନ୍‌ ଟି : ଚୁଟକୀରେ ମୋଟାପଣ କମାଇବାକୁ ଏହି ପାନୀୟ ବେଶ୍‌ ଉପଯୋଗୀ । ଚିମୁଟାଏ ହଳଦୀ ଗୁଣ୍ଡ, ଚା ପତି ଓ ଡାଲଚିନି ଗୁଣ୍ଡକୁ ପାଣିରେ ପକାଇ କିଛି ସମୟ ଆଉଟିବା ପରେ ଏଥିରେ ଲେମ୍ବୁ ଚିପୁଡି ପିଇବାକୁ ପଡିଥାଏ । ନିୟମିତ ଭାବେ ଏହି ଚା ପିଇବା ଦ୍ୱାରା ଆପଣ ସବୁଦିନ ସ୍ଲିମ୍‌, ଟ୍ରିମ୍‌ ରହିପାରିବେ।

ପରିବା ଜୁସ୍‌ : ଫଳ ରସ ବା ଜୁସରେ ସୁଗାର ମାତ୍ରା ଅଧିକ ରହିଥିବାରୁ ଏହାକୁ ବ୍ୟବହାର କରିବା ଅପେକ୍ଷା ଗାଜର, ମୂଳା, ବିଟ୍‌ ଭଳି ପରିବା ରସ ପିଇବା ମଧ୍ୟ ଶରୀର ପ୍ରତି ବେଶ୍‌ ଭଲ । ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଭିଟାମିନ୍‌ ଓ ମିନେରାଲ୍ସ ମିଳିଥାଏ ଓ ଏହାର ସେବନ ମୋଟାପା ବଢାଇବାକୁ ଦେଇ ନ ଥାଏ ।